ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ନାବାଳକକୁ ଗିରଫ କଲା ପୁଲିସ

ବ୍ୟାସନଗର  : କଳି ଯୁଗ ଶେଷରେ ଘୋର୍‌ ପାପ, ଅନ୍ୟାୟ ଅନୀତି ଅସମ୍ଭବ ଘଟଣାମାନ ଘଟିଚାଲିଛି । ନୀତି ନିୟମକୁ ଭୁଲିଯାଉଛନ୍ତି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ । କ୍ଷୀର ଛାଡି ନଥିବା ଶିଶୁକନ୍ୟାକୁ ୧୫ ବର୍ଷର ନାବାଳକ କୁକର୍ମ କରି ଗିରଫ ହୋଇଛି । ଖବରରୁ ଜଣାଯାଇଛି ଯେ, ମା’ ଘରେ ନଥିବାବେଳେ ଏହାର ସୁଯୋଗ ନେଇ ଜଣେ ନାବାଳକ ଶିଶୁକନ୍ୟା ପ୍ରତି କୁକର୍ମ କରିଥିଲା । ଶିଶୁକନ୍ୟାର ଚିତ୍କାର ଶୁଣି ମା’ ଆସି ଦେଖି ହତବାକ୍‌ ହୋଇଯାଇଥିଲେ । ଝିଅକୁ ଉଦ୍ଧାର କରିଥିଲେ । ଏହା ଏକ ସମ୍ବେଦନଶୀଳ ଘଟଣା । ସୁକିନ୍ଦା ଥାନାରେ ଅଭିଯୋଗ ହେବାରୁ ପୋଲିସ ତତ୍‌କ୍ଷଣାତ୍‌ ତଦନ୍ତ କରି ଏକ ମାମଲା ରୁଜୁ କରିଛି । କେସ୍‌ ନଂ ୧୫୨/୨୧ରେ ଦଫା ୩୭୬ ପସ୍କ ଆଇନ ଅନୁସାରେ ନାବାଳକକୁ ଗିରଫ କରି ଉଭୟଙ୍କୁ ଡାକ୍ତରୀ ମାଇନା କରି ଗିରଫ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ କୋର୍ଟକୁ ପଠାଇଛି ।

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *