କେନ୍ଦ୍ରକୁ ୨୫ ଲକ୍ଷ ଟିକା ମାଗିଲେ ନବକିଶୋର

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ଵ ଦିଆଯାଇଛି । ଏହାରି ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ରାଜ୍ୟରେ ଏବେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କ ଟିକାକରଣ ଜାରି ରହିଥିବାରୁ ୨୫ ଲକ୍ଷ ଡୋଜ୍‌ କୋଭିଡ ଟିକା ଯୋଗାଇବାକୁ ସେ ଦାବି କରିଛନ୍ତି । ରାଜ୍ୟରେ ଏବେ ୨୨ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଥିବା ବେଳେ ରାଜ୍ୟରେ ଟିକାର ଅଭାବକୁ ପୁରଣ କରିବା ପାଇଁ ଆଉ ୨୫ ଲକ୍ଷ ଡୋଜ୍ ଟିକାର ଅଭାବ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ହର୍ଷବର୍ଦ୍ଧନଙ୍କ ସହ ବୈଠକ ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ରାଜ୍ୟକୁ ଆଉ ୨୫ ଲକ୍ଷ ଡୋଜ୍ ଟିକା ସହ ୩ ହଜାର ଅକ୍ସିଜେନ ସିଲିଣ୍ଡର, ସଂକେନ୍ଦ୍ରକ ଓ ୫୦୦ ଭେଣ୍ଟିଲେଟରର ବ୍ୟବସ୍ଥା କରିବାକୁ ସେ କହିଛନ୍ତି । ଜାତୀୟ ସ୍ତରରେ ଏକ ୨୪ ଘଣ୍ଟିଆ ହେଲ୍‌ପଲାଇନ ହେଉ । ୫ ଲକ୍ଷ PPE କିଟ୍‌, ୧୦ ଲକ୍ଷ N95 ମାସ୍କ ଓ ଗ୍ଲୋବ୍‌ସ ଯୋଗାଇବାକୁ ଦାବି ଜଣାଇବା ସହ କେନ୍ଦ୍ରକୁ ବହୁସଂଖ୍ୟକ ରାପିଡ ଆଣ୍ଟିଜେନ କିଟ୍‌ ମାଗିଛନ୍ତି ନବକିଶୋର।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *