ଶ୍ରୀ ବଳଦେବଜୀଉଙ୍କ ନବଯୌବନ ଦର୍ଶନ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ତୁଳସୀକ୍ଷେତ୍ର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ନେତ୍ର ଉତ୍ସବ ଏବଂ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଯାଇଛି l ନେତ୍ର ଉତ୍ସବ ମହାପ୍ରଭୁଙ୍କ ହେଉଛି ଶ୍ରେଷ୍ଠ ନୀତି l କୋଭିଡ କଟକଣା ଯୋଗୁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି l ସୀମିତ ପାଳିଆ ଓ ସେବାୟତଙ୍କ ଦ୍ୱାରା ଏହି ନେତ୍ର ଓ ନବଯୌବନ ଉତ୍ସବ ପାଳନ କରାଯାଇଛି l କୋଭିଡ କଟକଣା ସତ୍ତ୍ୱେ ମହାପ୍ରଭୁଙ୍କ ପୂର୍ବରୁ ଯେମେତି ନୀତିକାନ୍ତି ହେଉଥିଲା ସେହିପରି କରାଯାଇଛି l କୌଣସି ନୀତିରେ କିଛି ବିଭ୍ରାଟ ହୋଇନଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ମହାପ୍ରଭୁ ଜ୍ବରରୁ ସୁସ୍ଥ ହେବା ପରେ ଶ୍ରୀଜୀଉ ନବଯୌବନ ଦର୍ଶନ ପ୍ରଦାନ କରିଛନ୍ତି l ସକାଳ ୬ ଟାରୁ ୭ ମଧ୍ୟରେ ଜୟ ମଙ୍ଗଳା ଆଳତି, ୯ଟାରୁ ୧୦ ମଧ୍ୟରେ ନୀତିସ୍ନାନ, ୧୦ଟାରୁ ୧୨ଟା ମଧ୍ୟରେ ନ୍ୟାସ ଓ ହୋମ, ମଧ୍ୟାହ୍ନ ୧୨ଟାରୁ ୧ ଟା ମଧ୍ୟରେ ବଲ୍ଲଭମଣୋହୀ, ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ମଙ୍ଗଳା ଅର୍ପଣ ସମ୍ପାଦିତ ହୋଇଛି l ଅପରାହ୍ନ ୩ଟା ୩୦ ମଧ୍ୟରେ ଖେଚୁଡ଼ି ଧୂପ, ଅପରାହ୍ନ ୫ଟାରେ ଦ୍ଵି- ପ୍ରହର ଧୂପ, ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଉଠାଣି ଆଳତି, ରାତ୍ର ୯ଟାରେ ରାତ୍ର ଧୂପ ଏବଂ ୧୧ଟାରେ ବଡ଼ସିଂହାର ପହୁଡ଼ ଅନୁଷ୍ଠିତ ହୋଇଯାଇଛି ବୋଲି ଶ୍ରୀ ବଳଦେବଜୀଉ ଦେବୋତ୍ତର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *