କୋଏଲ୍ ନଦୀରେ ବୁଡ଼ିଗଲେ ମାମୁଁ ଭଣଜା

ରାଉରକେଲା: ଜରେଇକେଲା ସ୍ଥିତ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା କୋଲକତା ପାର୍କ ସର୍କସ ସହରର ଦୁଇଜଣ ଯୁବକ କୋଏଲ ନଦୀରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି । ଆଜି ଅପରାହ୍ନ ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର କୋଲକତାର ପାର୍କ ସର୍କସ ସହରର ବାସିନ୍ଦା ସିକନ୍ଦର ଶେଖ (୨୮) ଏବଂ ଇରଫାନ୍ ଶେଖ (୧୯) ଦୁଇ ଦିନ ପୂର୍ବେ ଜରେଇକେଲା ସ୍ଥିତ ନିଜ ସମ୍ପର୍କୀୟଙ୍କ ବିବାହ ଉତ୍ସବ ପାଇଁ ଆସିଥିଲେ । ଆଜି ଅପରାହ୍ନ ପ୍ରାୟ ଗୋଟାଏବେଳେ ଉଭୟ ଯୁବକ ଜରେଇକେଲା ସ୍ଥିତ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ନଦୀର ଗଭୀର ଜଳରେ ବୁଡ଼ିଯିବା ସହ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଉଭୟ ମୃତ ଯୁବକ ସମ୍ପର୍କରେ ମାମୁଁ ଭଣଜା ବୋଲି ଜଣାପଡ଼ିଛି । ନଦୀରେ ଗାଧୋଉଥିବାବେଳେ ଉଭୟ ଯୁବକଙ୍କୁ ପାଣିରେ ବୁଡ଼ି ଯିବା ଦେଖି ସ୍ଥାନୀୟ ଲୋକେ ଜରେଇକେଲା ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ଏହା ପରେ ବିଶ୍ରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟାର ସଂଘର୍ଷ ପରେ ଉଭୟଙ୍କ ମୃତଦେହକୁ ପ୍ରାୟ ୨୫ରୁ ୩୦ଫୁଟ ତଳୁ ଉଦ୍ଧାର କରିଥିଲେ । ମୃତ ଯୁବକଙ୍କ ମୃତଦେହକୁ ବିଶ୍ରା ସରକାରୀ ଡାକ୍ତରଖାନା ମର୍ଗରେ ରଖାଯାଇଛି । ବୁଧବାର ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *