ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

କୋରାପୁଟ : ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । କୋରାପୁଟ ଜିଲ୍ଲା ପଟାଙ୍ଗି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ପାରିବାରିକ କଳହରୁ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ୱ।।ମୀ । ସ୍ୱାମୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ବେଳେ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଗୁରୁତରଙ୍କୁ କୁନ୍ଦୁଲି ମେଡିକାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଜ଼ିଲ୍ଲା ପଟାଙ୍ଗି ଥାନା ସାଡାମ ପଞ୍ଚାୟତର ଟୋଟାଗୁଡା ଗାଁରେ ଏହି ଘଟଣା ଘଟିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି । ସ୍ୱାମୀ ଲାଣ୍ଡୁ ଗେମେଲ ସ୍ତ୍ରୀ ବାନ୍ଧ ଗେମେଲଙ୍କର ଅତି ନୃଶଂସ ଭାବେ ବେକ କାଟି ହତ୍ୟା କରିଛନ୍ତି । ସ୍ତ୍ରୀକୁ ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ନିଜ ବେକ କାଟି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ ଲାଣ୍ଡୁ । ତାଙ୍କୁ ପଡୋଶୀ ଉଦ୍ଧାର କରି ନିକଟସ୍ଥ କୁନ୍ଦୁଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଛନ୍ତି । ପଟାଙ୍ଗି ପୋଲିସ ଘଟଣାସ୍ଥଲରେ ପହଞ୍ଚି ମୃତେଦହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *