ମିଶିକି ଭୋଜି କଲେ ଆଉ ଶେଷରେ ମାରିଦେଲେ

ଜଗତସିଂହପୁର : ଜଗତସିଂହପୁର ଥାନା ବଡବାଗଠାରେ ପୂର୍ବ ଶତ୍ରୁତାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ବଡବାଗ ଗାଁର ରମେଶ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ରାମ ଚନ୍ଦ୍ର ସାହୁ । ରାମ ଓ ସେହି ଗାଁର କେଶବ ବେହେରା ଘରେ ରବିବାର ଦିନ ଭୋଜି କରୁଥିଲେ । ଭୋଜିରେ ପ୍ରଶାନ୍ତ ବେହେରା ,କେଶବ ବେହେରା ,ବାବି ଓ କେଶବର ସ୍ତ୍ରୀ ରୀନା ବେହେରା ଉପସ୍ଥିତ ଥିଲେ । ରାତିରେ ଭୋଜି ସାରିବା ପରେ ପୂର୍ବ ଶତ୍ରୁତାରୁ ହେଉ କିମ୍ବା କୌଣସି କାରଣରୁ କେଶବ ଓ ପ୍ରଶାନ୍ତ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ପରେ ସବୁ ମିଶି ରାମକୁ ହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ମାଛଗାଁ କେନାଲରୁ ରାମର ମୃତଦେହର କିଛି ଅଂଶ ମିଳିଛି । ପୋଲିସ ତିନି ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ଗାଁରେ ଏବେ ଉତ୍ତେଜନା ଦେଖାଦେଇଛି । ରାମ ଚନ୍ଦ୍ର ସାହୁଙ୍କୁୁ କିଏ ମାରିଛି, କାହିଁକି ମାରିଲା ତୁରନ୍ତ ଏହି ଘଟଣାର ପର୍ଦ୍ଦାଫାସ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *