ଶାଶୂ ସାଥିରେ ଜ୍ୱାଇଁ କ’ଣ କଲା ଜାଣିଲେ ହୋସ୍ ଉଡ଼ିବ….

ମୁମ୍ବାଇ: ମୁମ୍ବାଇର ବିଲେ ପାର୍ଲେରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜ୍ୱାଇଁ ପ୍ରଥମେ ନିଜ ଶାଶୂକୁ ହତ୍ୟା କରିବା ପରେ ତାଙ୍କ ପ୍ରାଇଭେଟ୍ ପାର୍ଟରେ ବାଉଁଶ ପୂରାଇ ଦେଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଜ୍ୱାଇଁକୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଶାଶୂଙ୍କ ଉପରେ ଏକ ଟାଇଲ୍ ପାଇଁ ଝଗଡ଼ା କରିଥିଲା । ଏହାପରେ ଚାକୁ ଦ୍ୱାରା ଆକ୍ରମଣ କରି ପ୍ରାଇଭେଟ୍ ପାର୍ଟରେ ବାଉଁଶ ପୂରାଇ ଦେଇଥିଲା । ବିଲେପାର୍ଲେ ଜଣେ ମହିଳା ନିଜ ଝିଅ ସହିତ ରୁହନ୍ତି । ତିନି ବର୍ଷରୁ ଚେନ୍ ଚୋରି ଘଟଣାରେ ଜେଲରେ ଥିବା ଅଭିଯୁକ୍ତ ସେପ୍େଟମ୍ବର ୧ ତାରିଖ ଦିନ ବହାରକୁ ବାହାରିଥିଲା । ଜେଲରୁ ବାହାରିବା ପରେ ସେ ନିଜ ସ୍ତ୍ରୀକୁ ଭେଟିବାକୁ ଯାଇଥିଲା ଓ ଦେଖିଥିଲା ଯେ, ସ୍ତ୍ରୀ ଆଉ ଜଣେ ବ୍ୟକ୍ତିକୁ ବିବାହ କରିଛି । ଏଥିସହିତ ଗର୍ଭବତୀ ବି ଅଛି । ଏହାପରେ ସେ ନିଜ ସ୍ତ୍ରୀକୁ ନୂଆ ସ୍ୱାମୀ ସହିତ ବିବାହ ଭାଙ୍ଗିବାକୁ କହିଥିଲା । ତେବେ ତାରପରଦିନ ଯେତେବେଳେ ଅଭିଯୁକ୍ତ ଜଣକ ନିଜ ସ୍ତ୍ରୀକୁ ଦେଖାକରିବାକୁ ଯାଇଥିଲା ସେହି ସମୟରେ ସେଠାରେ ତା ସ୍ତ୍ରୀ ନଥିଲା । ତେଣୁ ସେ ଶାଶୂ ଠାରୁ କଥା ଆଦାୟ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ତା ସ୍ତ୍ରୀ କିଛି ବି ସୂଚନା ଦେଇନଥିଲା । ଏହାପରେ ରାଗରେ ଆସି ସେ ନିଜ ଶାଶୂ ଉପରକୁ ଆକ୍ରମଣ କରିଥିଲା । ଏପରି କାଣ୍ଡ ଭିଆଇଥିଲା । ହତ୍ୟା କରିବାର ଗୋଟିଏ ଦିନ ପରେ ପୁଣେରୁ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *