ଓମିକ୍ରନ୍ ଭୟ : ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ଓ ଝିଅ,ପୁଅକୁ ହତ୍ୟାକଲେ ଡାକ୍ତର

ଲକ୍ଷ୍ନୌ : ଓମିକ୍ରନ୍ ସମସ୍ତଙ୍କୁ ମାରିବ । ମୁଁ ଆଉ ଶବ ଗଣିପାରିବି ନାହିଁ । ଦ୍ୱିତୀୟ ଲହରୀ ସମୟର କରୁଣ ସ୍ୱର ଏବେ ବି କାନରେ ଶୁଭୁଛି । କରୋନା କରାଳ ରୂପ ମୋତେ ଆଜି ବି ଶାନ୍ତିରେ ଶୁଆଇ ଦିଏନି । ଚାରିଆଡ଼େ କାନ୍ଦବୋବାଳି, ହାହାକାର ସବୁବେଳେ ଆଖି ଆଗରେ ନାଚି ଉଠେ । କରୋନା ସହ ଲଢ଼ି ଲଢ଼ି ମାନସିକ ଭାରସାମ୍ୟ ହରାଇ ବସିଲେ ଡାକ୍ତର । ନୂଆ ଭାରିଆଣ୍ଟ ଚିନ୍ତାରେ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଛନ୍ତି । ଉତ୍ତରପ୍ରଦେଶର କାନପୁର ସହରର କଲ୍ୟାଣପୁର ଅଞ୍ଚଳରେ ଏପରି ଘଟଣା ଘଟିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଉତ୍ତରପ୍ରଦେଶ କାନପୁର ନିବାସୀ ଡାକ୍ତର ସୁଶୀଲ କୁମାର । ସେ ରାମା ହସ୍ପିଟାଲରେ କାମ କରୁଥିଲେ । ୪୮ ବର୍ଷିୟା ପତ୍ନୀ,୧୮ ବର୍ଷର ପୁଅ ଓ ୧୫ ବର୍ଷର ଝିଅ ସହ ଇନ୍ଦ୍ରାନଗରରେ ଥିବା ଡିଭିନିଟି ଆପାର୍ଟମେଣ୍ଟରେ ରହୁଥିଲେ । ଖୁବ୍ ହସଖୁସିରେ ବିତୁ ଥିଲା ସୁନାର ସଂସାର । ହେଲେ କରୋନା ହେବା ପର ଠାରୁ ସବୁ ବଦଳିଗଲା । କରୋନା ପାଇଁ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ।

ଆଉ ଏଥିପାଇଁ ପତ୍ନୀଙ୍କୁ ହାତୁଡ଼ିରେ ପିଟି ହତ୍ୟା କରିବା ସହ ପୁଅ ଓ ଝିଅକୁ ତଣ୍ଟି ଚିପି ହତ୍ୟା କରିଛନ୍ତି । ତେବେ ହତ୍ୟାକାଣ୍ଡ ପରେ ହ୍ୱାଟସଆପରେ ଡାକ୍ତର ତାଙ୍କ ଭାଇଙ୍କୁ ସୂଚନା ଦେଇଥିଲେ । ଏହା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରୁ ପୋଲିସ ଏକ ଡାଏରୀ ମିଳିଛି । ଡାଏରୀରେ ୧୦ ଫର୍ଦ୍ଦରେ ନିଜ ବିଷାଦ ବଖାଣିଛନ୍ତି ଡାକ୍ତର । କରୋନା ସମୟରୁ ସେ ମାନସିକ ଚାପରେ ଥିଲେ ବୋଲି ଲେଖିଛନ୍ତି । ଆଉ କୋଭିଡକୁ ସହ୍ୟ କରିହେଉନି । କୋଭିଡ୍ ସମସ୍ତଙ୍କୁ ମାରି ପକାଇବ । ଏସବୁ ଦେଖି ହେବନି । ମୋର ଅସାବଧାନତା ହେତୁ ଏପରି ସ୍ଥାନରେ ଫସିଯାଇଛି, ଯେଉଁଠାରୁ ବାହାରିବା ଅସମ୍ଭବ । ମୋର ଆଉ ଭବିଷ୍ୟତ ବୋଲି କିଛି ନାହିଁ । ଏଣୁ ମୁଁ ପୂରା ହୋସରେ ଥାଇ ମୋ ପରିବାରକୁ ହତ୍ୟା କରିବାକୁ ଯାଉଛି । ଏଥିପାଇଁ ଅନ୍ୟ କେହି ଦାୟୀ ନୁହଁନ୍ତି । ତେବେ ଏ ଘଟଣା ସମ୍ପର୍କରେ ଅଭିଯୁକ୍ତଙ୍କ ଭାଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ବର୍ତ୍ତମାନ ମୃତଦେହ ଉଦ୍ଧାର କରିବା ସହ ଫେରାର ଅଭିଯୁକ୍ତ ଡାକ୍ତରକୁ ଖୋଜୁଛି ପୋଲିସ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *