ଇଟାରେ ଛେଚି ମା’ଙ୍କୁ ହତ୍ୟା କଲା ମାତାଲ ପୁଅ

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ମନଭୋଲାପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି । ମାତାଲ ପୁଅ ନିଜର ମା’ଙ୍କୁ ହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ମନଭୋଲାପଡାର ଲଡୁ ବାର୍ଲାଙ୍କ ପୁଅ ଇଂରାଜୀ ବାର୍ଲା (୩୦) ସବୁ ବେଳେ ମଦ ପିଇ ନିଜ ସ୍ତ୍ରୀ ସହିତ ଝଗଡା କରୁଥିବାରୁ ସେ ଗତ ୬ ମାସ ହେବ ତାର ମା’ ଘରକୁ ଚାଲିଯାଇଛନ୍ତି । ଏଣୁ ପତ୍ନୀକୁ ବୁଝାସୁଝା କରି ଆଣିବା ଏବଂ ମଦ ପିଆ ବନ୍ଦ କରିବାକୁ ଇଂରାଜୀକୁ ତାର ବାପାମାଆ ବୁଝାସୁଝା କରିବାରୁ ଓଲଟା ସେମାନଙ୍କ ସହିତ ମାଡପିଟ୍ ଓ ଝଗଡା କରିଥିଲା । ଫଳରେ ବୁଢାବୁଢୀ ଗ୍ରାମରେ ଥିବା ତାଙ୍କ ସଂପର୍କୀୟ ଭଉଣୀ ଘରକୁ ଚାଲିଯାଇ ସେଠାରେ ରହୁଥିଲେ । ଗତକାଲି ରାତିରେ ମାତାଲ ଅବସ୍ଥାରେ ଆସି ଅଭିଯୁକ୍ତ ଇଂରାଜୀ ମା’ ଉକିଆ ବାର୍ଲା (୬୫)କୁ ଶୋଇଥିବା ଅବସ୍ଥାରେ ଘର ଭିତରୁ ବାହାରକୁ ଟାଣି ଆଣି ଛାତିକୁ ଏକ ଇଟାରେ ବାଡେଇବାରୁ ଘଟଣାସ୍ଥଳରେ ଉକିଆର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଆଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁସନ୍ଧାନ କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ପଠାଇଛି । ଲେଫ୍ରିପଡା ଥାନା ପୋଲିସ ଏକ ମାମଳା ଋଜୁ କରି ଅଭିଯୁକ୍ତ ଇଂରାଜୀକୁ ଗିରଫ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *