ରାଜଧାନୀ ଛାତି ଉପରେ ପୁଣି ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଦିନ ଦ୍ୱିପହରରେ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଦିବାଲୋକରେ ଯୁବକଙ୍କୁ ଚଳନ୍ତା ଗାଡ଼ିରେ ହାଣିଲେ ଦୁର୍ବୃତ୍ତ। ଯୁବକଙ୍କୁ ହସ୍ପିଟାଲ୍ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭୁବନେଶ୍ୱର ସିଆରପି ଛକଠାରେ ଘଟିଛି ଏମିତି ଏକ ଘଟଣା ଯାହା ସଭିଙ୍କୁ ଆତଙ୍କିତ କରିଛି । ଦିନ ଦ୍ୱିପହରରରେ ୨ ଜଣ ଦୁର୍ବୃତ୍ତ ଯୁବକଙ୍କୁ ଏକ ପିକ-ଅପ୍ ଭ୍ୟାନ୍ ଭିତରେ ହାଣିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯୁବକ ଜଣକ ଗାଡ଼ି ଚାଳକ ଟୁକୁନା ହୋଇଥିବା ବେଳେ ଦୁଇ ହତ୍ୟାକାରୀ ହେଉଛନ୍ତିି ସାଗର ପୃଷ୍ଟି ଓ ସୁଧୀର ପୃଷ୍ଟି । ତେବେ ଦୁଇ ହତ୍ୟାକାରୀ ଖସି ପଳାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ନିସ୍ତୁକ ପିଟିଥିଲେ । ସୂଚନା ଅନୁଯାୟୀ, ପିକଅପ୍ ଭ୍ୟାନରେ ଟୁକୁନା, ସୁଧୀର ଓ ସାଗର ଆସୁଥିଲେ ।

ଏମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ପରେ ହାତାହାତି ହୋଇଥିଲେ । ଏହି ସମୟରେ ଧାରୁଆ ଅସ୍ତ୍ରରେ ଟୁକୁନାକୁ ଆକ୍ରମଣ କରିଥିଲେ ଦୁଇ ଜଣ । ଟୁକୁନାଙ୍କ ମୃତ୍ୟୁପରେ ତାଙ୍କୁ ଗାଡିରେ ନେଇ ଆସୁଥିବା ବେଳେ ଅଟକାଇ ଥିଲେ ଲୋକେ । ପରେ ସୁଧୀର ଓ ସାଗରଙ୍କୁ ନିସ୍ତୁକ ପିଟି ପୋଲିସ ଜିମା ଦେଇଥିଲେ ଲୋକେ । ଟୁକୁନାକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲେ ବି ତାର ମୃତ୍ୟୁ ହୋଇ ସାରିଥିଲା । ଲୋକଙ୍କ ଆକ୍ରମଣରେ ଗୁରୁତର ଆହତ ସୁଧୀର ଓ ସାଗରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଣ୍ଡଗୋଳରେ ସମ୍ପୃକ୍ତ ତିନି ଜଣ ଯୁବକଙ୍କ ଘର ସ୍ଥାନୀୟ ସାଲିଆସାହିରେ । ତେବେ ରାଜଧାନୀରେ ଦିନ ଦ୍ୱିପ୍ରହରରେ ଏଭଳି ଘଟଣା ଲୋକଙ୍କୁ ଆତଙ୍କିତ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *