୨୭ ଦିନର ଶିଶୁ ସାଥିରେ ମା’ ଯାହା କଲା ଜାଣିଲେ ହୋସ୍ ଉଡ଼ିବ….

ନୂଆଦିଲ୍ଲୀ: କେରଳରୁ ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି । ଗୋଟିଏ ମା’ ନିଜର ୨୭ ଦିନର ଜନ୍ମକଲା ଛୁଆକୁ କାନ୍ଥରେ ବାଡେଇ ହତ୍ୟା କରିଦେଇଛି । ସୋମବାର ଅଭିଯୁକ୍ତ ମାଆକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ପୋଲିସ ଦେଇଥିବା ସୂଚନା ମୁତାବକ, ଛୁଆ ମାତ୍ର ୨୭ ଦିନର ହୋଇଥିଲା । ତେଣୁ ସେ ବାରମ୍ବାର ଅସୁସ୍ଥ ହୋଇପଡ଼ୁଥିଲା ଯାହା ଫଳରେ ଅଧିକାଂଶ ସମୟ କାନ୍ଦୁଥିଲା । ଆଉ ଛୁଆଟିର କାନ୍ଦରେ ଅତିଷ୍ଠ ହୋଇ ମାଆ ଏପରି କାଣ୍ଡ କରିଛି । ତେବେ ଏହି ଘଟଣା ଡିସେମ୍ବର ୯ ତାରିଖରେ ଘଟିଥିଲା । ସେହିଦିନ ପିଲାଟି ଖୁବ୍ ଜୋରରେ କାନ୍ଦିବାରୁ ମାଆ ପିଲାଟିର ମୁଣ୍ଡକୁ ଗୋଟିଏ କାନ୍ଥରେ ପିଟି ଦେଇଥିଲା ।

ଏହାପରେ ଛୁଆଟିର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ଛୁଆଟିକୁ ଘଟଣା ଦିନ ସକାଳ ୧୧ଟା ସମୟରେ ହସ୍ପିଟାଲରେ ନିଆଯାଇଥିଲା । ଡାକ୍ତର ତାଙ୍କୁ କିଛି ମେଡିସିନ୍ ଦେଇ ଘରକୁ ଯିବାକୁ କହିଥିଲେ । ଏହାପରେ ଖରାବେଳ ସମୟରେ ପିଲାଟିର ଅବସ୍ଥା ବିଗିଡ଼ି ଯାଇଥିଲା । ତାକୁ ପୁଣି ହସ୍ପିଟାଲକୁ ନିଆଯାଇଥିଲା ଓ ସେଠାରେ ତାର ମୃତ୍ୟୁ ହୋଇଯାଇଥିଲା । ପୋଲିସ କହିଛି ଯେ, ଛୁଆଟିର ମୃତ୍ୟୁ ପରେ ଗୋଟିଏ ଆଶ୍ରମ ଚଳାଉଥିବା ଫାଦର୍ ଯୋଶୀ ଥମସଙ୍କ ବୟାନ ଆଧାରରେ ମାମଲା ରୁଜୁ ହୋଇଥିଲା ।

ତେବେ ଅଭିଯୁକ୍ତ ମହିଳା ଜଣକ ଏହି ଆଶ୍ରମର ରୋଷେଇ ଘରେ କାମ କରୁଥିଲା ଓ ସେ ନିଜର ୪୫ ବର୍ଷିୟ ପ୍ରେମିକ ସହିତ ରହୁଥିଲା । ଡିସେମ୍ବର ୧୦ ତାରିଖରେ ପୋଷ୍ଟମଟମରୁ ଜଣାପଡ଼ିଥିଲା ଯେ, ଛୁଆଟିର ମୁଣ୍ଡରେ ମାଡ଼ ହୋଇଛି । ଏହାପରେ ପୋଲିସ ଛୁଆଟିର ବାପା-ମାଆକୁ ପଚରାଉଚରା କରିଥିଲେ । ଆଉ ଜଣାପଡ଼ିଥିଲା ଯେ, ଛୁଆଟିର ମାଆ ହିଁ ଏପରି କାଣ୍ଡ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *