ପରିବାର ବିରୋଧରେ ବାହା ହେବାରୁ ଝିଅ ସାଥିରେ ମା’ ଓ ଭାଇ ଯାହା କଲେ ଜାଣିଲେ ହୋସ୍ ଉଡ଼ିବ

ମୁମ୍ବାଇ : ଅନର କିଲିଂ ପାଇଁ ନିଜ ଝିଅକୁ ହତ୍ୟା କଲା ମା’ । ମା’ ଓ ଭାଇ ମିଶି ଝିଅର ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଲେ । ମହାରାଷ୍ଟ୍ରର ଔରଙ୍ଗାବାଦରେ ଅନର କିଲିଂର ଏଭଳି ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୯ ବର୍ଷୀୟା ଯୁବତୀ ପରିବାର ଲୋକଙ୍କ ବିନା ଅନୁମତିରେ ବିବାହ କରିଥିଲେ । ଏହି କଥା ତାଙ୍କ ୧୭ ବର୍ଷୀୟ ଭାଇ ଓ ମା’ଙ୍କୁ ଏତେ ଖରାପ ଲାଗିଲା ଯେ, ସେମାନେ ମିଶି ଝିଅର ତଣ୍ଟି କାଟି ଦେଲେ । ଉଭୟେ ଗଳା କାଟିବା ପରେ କଟା ମୁଣ୍ଡ ସହ ସେଲ୍‌ଫି ବି ନେଇଛନ୍ତି । ପୋଲିସ କହିଛି ଯେ, ଝିଅ ନିଜ କ୍ଲାସରେ ପଢ଼ୁଥିବା ଜଣେ ପୁଅକୁ ଭଲ ପାଉଥିଲା । ଉଭୟେ ପରସ୍ପରକୁ ବିବାହ କରିବାକୁ ଘର ଛାଡ଼ି ଚାଲିଯାଇଥିଲେ । କିଛି ମାସ ଧରି ସେମାନେ ଘରଠାରୁ ଦୂରରେ ଥିଲେ । ଏହି ସମୟ ମଧ୍ୟରେ ସେମାନେ ବିବାହ ବି କରି ନେଇଥିଲେ । କିଛି ଦିନ ତଳେ ମା’ ଓ ଭାଇଙ୍କୁ ଏହି କଥା ଜଣାପଡ଼ିଥିଲା । ସେମାନେ ଝିଅକୁ ଆଶୀର୍ବାଦ ଦେବା ବାହାନାରେ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ହତ୍ୟା କରିଛନ୍ତି । ରାତିରେ ଝିଅର ଭାଇ ଓ ମା’ ମିଶି ତାଙ୍କ ତଣ୍ଟି କାଟି ଦେଇଥିଲେ । ଉଭୟେ କଟା ମୁଣ୍ଡ ସହ ସେଲ୍‌ଫି ମଧ୍ୟ ନେଇଥିଲେ । ପରେ ଉଭୟ ମା’ ଓ ପୁଅ ଥାନାରେ ପହଞ୍ଚି ଆତ୍ମ ସମର୍ପଣ କରିଛନ୍ତି । ସେମାନଙ୍କ ଇଚ୍ଛା ବିରୋଧରେ ଯାଇ ଝିଅ ଆଉ ଜଣଙ୍କୁ ବିବାହ କରିଥିବାରୁ ଘରର ସମ୍ମାନ ପାଇଁ ସେମାନେ ଏହି କାଣ୍ଡ ରଚିଥିବା ପୋଲିସ ଆଗରେ ସ୍ୱିକାର କରିଛନ୍ତି । ତେବେ ପୋଲିସ ଉଭୟଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *