ଥମୁନାହିଁ ଗୁଣିଗାରେଡି ସନ୍ଦେହରେ ହତ୍ୟା: ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ମୟୂରଭଞ୍ଜ : ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ । ଆକ୍ରମଣରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଜଗନ୍ନାଥପୁର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ୩ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଦମ୍ପତିଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ବାପା-ମା’ ଙ୍କୁ ବଞ୍ଚାଇବାକୁ ଯାଇ ପୁଅ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ନବମ ଶ୍ରେଣୀର ପୁଅର ହାତ ଆଙ୍ଗୁଠିରେ ଟାଙ୍ଗିଆ ବାଜି କଟିଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ସ୍ୱାମୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ସ୍ତ୍ରୀଙ୍କୁ ପ୍ରଥମେ ରାଇରଙ୍ଗପୁର ଓ ପରେ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ମାନସିଂ ସୋରେନ ଓ ମୃତକଙ୍କ ସ୍ତ୍ରୀ ହେଲେ ସାଲହୋମଣି ସୋରେନ । ଖବର ପାଇ ବହଳଦା ଥାନା ପୋଲିସ, ରାଇରଙ୍ଗପୁର ଏଏସପି, ରାଇରଙ୍ଗପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପାରିପାର୍ଶ୍ୱିକ ସ୍ଥିତିରୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି । ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ପହଞ୍ଚି ତଦନ୍ତକୁ ଜୋରଦାର କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *