Murder 4 Detained
ନିଶା ନିବାରଣ କେନ୍ଦ୍ରରେ ଅଘଟଣ: ଯୁବକଙ୍କୁ ତଣ୍ଟି ଚିପି ମାରିଦେଲେ ୪ ଅନ୍ତେବାସୀ
- ୪ ଅନ୍ତେବାସୀ ନିଶାମୁକ୍ତି କେନ୍ଦ୍ରରୁ ଖସିଯିବାକୁ ବସିଥିଲେ।
- ସୌମ୍ୟ ଦେଖି ପାଟି କରିବାରୁ ତାକୁ ମାଡ଼ିବସି ତଣ୍ଟି ଚିପି ମାରିଦେଇଥିବା କୁହାଯାଉଛି।
- ପୁଲିସ ୪ ଜଣଙ୍କୁ ଅଟକ ରଖିଛି।
କଟକ ୨୧-୧୦-୨୦୨୫ (ବି.ଏନ .ଓ ): (ମଳୟ ପରିଜା ) କଟକ ସଦର ଥାନ ଅନ୍ତର୍ଗତ ଉତ୍ତମାପୁରରେ ଥିବା ସମ୍ପର୍କ ନିଶା ନିବାରଣ କେନ୍ଦ୍ରରେ ଅଘଟଣ। ୪ ଅନ୍ତେବାସୀ ନିଶାମୁକ୍ତି କେନ୍ଦ୍ରରୁ ଖସିଯିବାକୁ ବସିଥିଲେ। ସୌମ୍ୟ ଦେଖି ପାଟି କରିବାରୁ ତାକୁ ମାଡ଼ିବସି ତଣ୍ଟି ଚିପି ମାରିଦେଇଥିବା କୁହାଯାଉଛି। ପୁଲିସ ୪ ଜଣଙ୍କୁ ଅଟକ ରଖିଛି।

ମାନସିକ ଦୁଶ୍ଚିନ୍ତାରେ ଥିଲେ ସୌମ୍ୟ…
ମୃତ ଯୁବକ ହେଲେ ସୌମ୍ୟ ରଞ୍ଜନ ଦାସ। ତାଙ୍କ ଘର ଜଟଣୀ ରଜା ବଜାର ଅଞ୍ଚଳରେ ହୋଇଥିବା ବେଳେ ଗତ ୩ମାସ ହେବ ସେ ମାନସିକ ଚାପ ଯୋଗୁ ଏହି ସମ୍ପର୍କ ନିଶା ନିବାରଣ କେନ୍ଦ୍ରକୁ ଆସିଥିଲେ। ପୂର୍ବରୁ ଏଠାରୁ ନେଇ ଯିବା ଲାଗି ସେ ବାରମ୍ବାର କହୁଥିଲେ। ଚାକିରି ଛାଡ଼ି ଘରକୁ ଆସିବା ପରେ ମାନସିକ ଦୁଶ୍ଚିନ୍ତାରେ ସେ ରହିଥିଲେ। ସେଥିଲାଗି ସେ ଭଲ ହେବା ଲାଗି ଏଠାକୁ ଆସିଥିଲେ। ହେଲେ ନିଶା ନିବାରଣ କେନ୍ଦ୍ରରେ ତାଙ୍କୁ ଅନ୍ତେବାସୀ ହତ୍ୟା କରିଛନ୍ତି।
୪ ଅନ୍ତେବାସୀ ସଦର ଥାନାରେ ଅଟକ…
ସଂଘବଦ୍ଧ ହତ୍ୟା କରିବା ଅଭିଯୋଗରେ ପୁଲିସ ୪ ଅନ୍ତେବାସୀଙ୍କୁ କେନ୍ଦ୍ରରୁ ଧରି ସଦର ଥାନାରେ ଅଟକ ରଖିଛି। ଏନେଇ ସଦର ଥାନା ଆଇଆଇସି ଘଟଣା ସ୍ଥଲକୁ ଆସି ଅନୁସନ୍ଧାନ କରିଛନ୍ତି। ପୁଲିସ ଏହି ନିଶା ନିବାରଣ କେନ୍ଦ୍ରର ଦାୟିତ୍ଵରେ ଥିବା କିଛି କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅଟକ ରଖିଛି। ଫରେନସିକ୍ ଟିମ୍ ଆସିଲା ପରେ ଅଧିକ ଅନୁସନ୍ଧାନ କରାଯିବ।

