ସିଗାରେଟ ଖଣ୍ଡେ ଦେଲେନି ବୋଲି… ରାଜଧାନୀରେ ମହିଳାଙ୍କ ତଣ୍ଟି କାଟି ହତ୍ୟା

ନୂଆଦିଲ୍ଳୀ: ଆଜିର ଯୁବପିଢି ନିଶା କବଳରେ କବଳିତ ହେଉଥିବା ବେଳେ ନିଶା ସେବନ ପାଇଁ କିଛି ବି ଘୃଣ୍ୟ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି । ନିଶା କାରଣରୁ ଅନେକ ଅପରାଧ ହେଉଥିବା ବେଳେ ଜାତୀୟ ରାଜଧାନୀରେ ଏଭଳି ଏକ ଘଟଣା ଘଟିଛି । ଦକ୍ଷିଣ ପଶ୍ଚିମ ଦିଲ୍ଳୀର ଡାବ୍ରି ଅଞ୍ଚଳରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ସିଗାରେଟ ନଦେବାରୁ ଜଣେ ମହିଳାଙ୍କ ବେକ କାଟି ହତ୍ୟା କରିଛି ଜଣେ ଦୁର୍ବୃର୍ତ୍ତ । ସୂଚନା ଅନୁଯାୟୀ,
ଡାବ୍ରି ଅଞ୍ଚଳରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଜଣେ ମହିଳା ଦୋକାନୀଙ୍କୁ ଆକ୍ରମଣ କରିଥିଲେ । ମହିଳା ଜଣକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଆରୋପୀ ଦିଲ୍ଳୀପକୁ ପୋଲିସ ଗିରଫ କରି ନେଇଥିବା ବେଳେ ସାମାନ୍ୟ ସିଗାରେଟ କାରଣରୁ ମହିଳା ଜଣଙ୍କ ପ୍ରାଣ ହରାଇଥିବା ଜଣାପଡିଛି । ଦିଲ୍ଲୀପ ସିଗାରେଟ ମାଗିଥିବା ବେଳେ ମହିଳା ଜଣଙ୍କ ଦେବାକୁ ମନା କରି ଦେଇଥିଲେ । ଏଥିରେ ଉତକ୍ଷିପ୍ତ ଦିଲ୍ଲୀପ ମହିଳାଙ୍କ ଗଳା କାଟି ହତ୍ୟା କରିଥିଲେ । ପଇସା ବାକି ଥିବା କାରଣରୁ ସିଗାରେଟ ଦେବାକୁ ଦୋକାନୀ ମନା କରି ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କ ଗଳା କାଟି ହତ୍ୟା କରିଥିଲା ଯୁବକ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *