୬ ବର୍ଷର ଭଣଜାକୁ ହତ୍ୟା କଲା ମାମୁଁ, କାରଣ ଜାଣିଲେ ହୋସ୍ ଉଡ଼ିବ

ନୂଆଦିଲ୍ଲୀ: କେରଳର ଇଡୁକ୍କୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଏକ ପାରିବାରିକ ବିବାଦରେ ବଳି ପଡ଼ିଯାଇଛି ୬ ବର୍ଷର ନୀରିହ ପିଲା । ଏହି ମାମଲାର ବିବାଦ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ, ୬ ବର୍ଷର ନୀରିହ ପିଲା ଉପରେ ହାତୁଡ଼ିରେ ଆକ୍ରମଣ କରାଯାଇଥିଲା । ଯାହାପରେ ତାର ମୃତ୍ୟୁ ହୋଇଯାଇଛି । ତେବେ ଅଭିଯୁକ୍ତ ମାମୁଁ ହତ୍ୟା କରିବା ପରେ ଫେରାର୍ ହୋଇଯାଇଥିବା ପୋଲିସ୍ ସୂଚନା ଦେଇଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ମାମୁଁ ସକାଳ ସମୟରେ ହଠାତ୍ ପିଲାଟିର ରୁମ୍ ଭିତରକୁ ପଶିଥିଲା ଓ ସେଠାରେ ଥିବା ସମସ୍ତଙ୍କ ଉପରେ ହାତୁଡ଼ିରେ ଆକ୍ରମଣ କରିବାକୁ ଲାଗିଲା । ଏହା ଦେଖି ସମସ୍ତେ ଡ଼ରି ଯାଇଥିଲେ । ଏହି ଆକ୍ରମଣରେ ନୀରିହ ୬ ବର୍ଷର ପୁଅର ମୃତ୍ୟୁ ହୋଇଯାଇଛି ଏବଂ ପିଲାଟିର ମାଆ ଓ ଜେଜେ ମା’ ଗୁରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କର ବର୍ତ୍ତମାନ ଚିକିତ୍ସା କରାଯାଉଛି । ପୋଲିସ୍ କହିଛି ଯେ, ମାମଲାର ଛାନଭିନ୍ ଜାରି ରହିଛି ଓ ପୋଷ୍ଟମଟମ୍ ରିପୋର୍ଟ ଆସିଲେ ଆଉ କିଛି ତଥ୍ୟ ମିଳିପାରେ । ତେବେ ଏହି ଘଟଣା ସେତେବେଳେ ହୋଇଥିଲା, ଯେତେବେଳେ ସମସ୍ତେ ଶୋଇ ଯାଇଥିଲେ । ଘଟଣାର ଆଭାସ ପାଇ ୧୫ ବର୍ଷିୟ ଭଉଣୀ ଘରୁ ପଳାଇବାରେ ସଫଳ ହୋଇଥିଲା ଓ ବାହାରକୁ ଯାଇ ଖୁବ୍ ଜୋରରେ ପାଟି କରିଥିଲା । ଫଳରେ ପଡୋଶୀ ମାନେ ପାଟି ଶୁଣି ଦୌଡ଼ି ଆସିଥିଲେ । ପୋଲିସ୍ ଖବର ପାଇ ପହଞ୍ଚିବା ପରେ ଅଭିଯୁକ୍ତ ସେମାନଙ୍କୁ ଦେଖି ଫେରାର୍ ହୋଇଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *