ଲକ୍ଷ୍ମୀପୁର ହିଂସା : ପୁଅ ସାମ୍ନାରେ ବାପାକୁ ଗାଡ଼ି ଚଢ଼ାଇ ହତ୍ୟା

ଲକ୍ଷ୍ନୌ : ହିଂସା ସମୟର ହୃଦୟବିଦାରକ ଦୃଶ୍ୟ । ପୁଅ ସାମ୍ନାରେ ଗାଡ଼ି ଚଢ଼ାଇ ବାପାର ଜୀବନ ନେଇଗଲେ । ମୃତକ ଦଲଜିତଙ୍କ ସିଂଙ୍କ ପରିବାର ନ୍ୟାୟ ପାଇଁ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି । ହିଂସାକାଣ୍ଡ ସମୟରେ ଦଲଜିତଙ୍କ ୧୫ ବର୍ଷର ପୁଅ ଘଟଣାସ୍ଥଳରେ ଥିଲା । ଆଉ ତା’ରି ଆଖି ସାମ୍ନାରେ ସବୁ କିଛି ଘଟିଗଲା । ବାପା କାର ତଳେ ଚାପି ହୋଇଯାଇଥିଲେ । ହେଲେ ଚାହିଁଲେ ବି ସେ କିଛି କରିପାରିଲାନି । ବାପାଙ୍କ ସେହି ଅସହାୟ ମୁହଁଟା ଏବେ ବି ଆଖି ସାମ୍ନାରେ ନାଚି ଉଠୁଛି କହି କହି କାନ୍ଦୁଛି ନାବାଳକ ପୁଅ । ମୃତକ ଦଲଜିତ ସିଂ ନାନପାରା କୋଟୱାଲିର କୃଷକ । ତାଙ୍କ ବାପା ହରି ସିଂ ଏବଂ ତାଙ୍କ ମାତାଙ୍କର ମୃତ୍ୟୁ ହୋଇସାରିଛି । ବଡ଼ ଭାଇ ଜଗଜିତ ସିଂ ଗୁରୁଦ୍ୱାରରେ ଜଣେ ଗ୍ରନ୍ଥୀ । ଦଲଜିତ ସିଂଙ୍କର ଦୁଇଟି ପିଲା । ଝିଅ ପରବୀର କୌର ଓ ୧୫ ବର୍ଷର ପୁଅ ରାଜଦୀପ ସିଂ । ତେବେ ଗତକାଲି ଘଟିଥିବା ହିଂସାକାଣ୍ଡ ସମ୍ପର୍କରେ ଗୋଟି ଗୋଟି କଥା କହିଛି ରାଜଦୀପ । ମୃତ ଦଲଜିତ ସିଂଙ୍କ ପୁଅ ରାଜଦୀପ ବାପାଙ୍କ ସହ ଗତକାଲି ଆନ୍ଦୋଳନରେ ଯୋଗ ଦେଇଥିଲେ । ନାନପାରା ଠାରୁ ୨୦-୩୦ ଜଣ ଲୋକ ମୋଟର ସାଇକେଲ ଯୋଗେ ଏହି ଆନ୍ଦୋଳନରେ ଯୋଗ ଦେବାକୁ ଯାଇଥିଲେ । କୃଷକମାନେ ଆନ୍ଦୋଳନରେ ଥିବା ବେଳେ ତିନିଟି ଗାଡି ଆସି ବାପାଙ୍କ ସମେତ ବହୁ କୃଷକଙ୍କ ଉପରେ ମଡ଼େଇ ଚାଲିଯାଇଥିଲା । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ତୁରନ୍ତ ତାଙ୍କୁ ମେଡ଼ିକାଲ ନିଆଯାଉଥିଲା, କିନ୍ତୁ ବାଟରେ ତାଙ୍କ ସେ ଜୀବନ ହାରିଥିଲେ । ତେବେ ଖେରି ହିଂସା ଘଟଣାରେ ବହରାଇଚର ଦୁଇଜଣ ଚାଷୀଙ୍କ ମୃତ୍ୟୁ ପରେ ଶୋକର ଛାୟା ଖେଳିଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *