ପୌର ନିର୍ବାଚନ ପାଇଁ ବାଟ ଫିଟିଲା

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବାଟ ସଫା ହୋଇଛି । ବିଧାନସଭାରେ ଆଜି ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି । ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଏକଦମ୍ ସଫା ହୋଇଛି । ବିଲ୍ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ । ଏସସି, ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ମଧ୍ୟରେ ରହିବ । ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତକୁ ଅତିକ୍ରମ କରିବା ନାହିଁ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ । ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଏସସି, ଏସଟିଙ୍କୁ ସଂରକ୍ଷଣ ପାଇଁ ଦିଆଯିବ । ଏସସି, ଏସଟିଙ୍କୁ ସଂରକ୍ଷଣ ଦିଆଯିବା ପରେ ପଛୁଆ ବର୍ଗଙ୍କୁ ଦିଆଯିବ । ଅସନର ଅବଶିଷ୍ଟ ଅଂଶକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯିବ । ହେଲେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଆସନ ୨୭ ପ୍ରତିଶତରୁ କମ୍ ହେବ ନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *