ମୁମ୍ବାଇରେ ନିର୍ଭୟା କାଣ୍ଡ, ୩୨ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ପରେ ଯୗେନାଙ୍ଗରେ ପୂରାଇଲେ ରଡ୍

ମୁମ୍ବାଇ: ମୁମ୍ବାଇର ସାକିନାକା ଅଞ୍ଚଳରେ ଜଣେ ଦୁଷ୍କର୍ମ ପିଡିତା ଚିକିତ୍ସାଧିନ ଅବସ୍ଥାରେ ଶନିବାର  ମୃତ୍ୟୁ ବରଣ କରିଛନ୍ତି । ୩୨ ବର୍ଷୀୟ ଏହି ପିଡିତା ଜଣକ ରାଜାବାଡି ହସ୍ପିଟାଲ୍ ଘାଟକୋପରରେ ଚିକିତ୍ସିତ ହେଉଥିଲେ । ଏନେଇ ହସ୍ପିଟାଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଘଟଣା ମୁମ୍ବାଇର ସାକିନାକା ଅଞ୍ଚଳରେ ହୋଇଥିଲା । ସୂଚନା ଅନୁଯାୟୀ, ଖୈରାନୀ ରୋଡରେ ଜଣେ ୩୨ ବର୍ଷୀୟା ମହିଳାଙ୍କ ସହ କେହି ଦୁବୃର୍ତ୍ତ ଦୁଷ୍କର୍ମ କରିବା ସହ ତାଙ୍କ ପ୍ରାଇଭେଟ୍ ପାର୍ଟରେ ରଡ୍ ପୂରାଇ ଦେଇଥିଲା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ଥିତି ଏତେ ସଙ୍କଟାପନ୍ନ ଥିଲା ଯେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ ଏନେଇ କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯିବ ଓ ଏହି ମାମଲାକୁ ଫାଷ୍ଟ ଟ୍ରାକରେ ଶୁଣାଣି କରାଯିବା ନେଇ ନଜର ରଖାଯିବ । ଫଳରେ ପିଡିତାଙ୍କୁ ଖୁବଶୀଘ୍ର ନ୍ୟାୟ ଦିଆଯାଇପାରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *