ରାଜସ୍ଥାନକୁ ମାତ୍ ଦେଲା ମୁମ୍ବାଇ

ନୂଆଦିଲ୍ଲୀ: ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ମାତ୍ ଦେଇଛି ମୁମ୍ବାଇ । ରୋହିତବାହିନୀ ୭ ୱିକେଟରେ ସାମସନ ବାହିନୀକୁ ପରାଜୟ ଭେଟିଦେଇଛି । ମୁମ୍ବାଇ ପକ୍ଷରୁ କ୍ୱିଣ୍ଟନ ଡି କକ୍ ଆଜି ମ୍ୟାଚ୍ ବିଜୟୀ ଇଂନିସ ଖେଳିବା ସହିତ ଧୂଆଁଧାର ୭୦ ରନ୍ କରିଛନ୍ତି ।

ଆଜି ଟସ୍ ଜିତି ମୁମ୍ବାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ଦଳର ଦୁଇ ଓପନର ଜସ ବଟଲର ଓ ଯଶସ୍ବୀ ଜୟସ୍ବାଲ ଦମଦାର ଆରମ୍ଭ କରିଥିଲେ । ଦୁହେଁ ୬୬ ରନର ପାର୍ଟନରସିପ୍ ଗଢିଥିଲେ । ଏହାପରେ ସାମସନ ଓ ଶିବମ ଦୁବେ ମଧ୍ୟ ଆକର୍ଷଣୀୟ ଇଂନିସ ଖେଳିବା ସହିତ ଦଳର ସ୍କୋରକୁ ୨୦ ଓଭରରେ ୧୭୧ ରନରେ ପହଞ୍ଚାଇଥିଲେ । ଏହାପରେ ୧୭୨ରନ ବିଜୟ ଲକ୍ଷ୍ୟକୁ ମୁମ୍ବାଇ ମାତ୍ର ୩ ୱିକେଟ୍ ହରାଇ ସଂଗ୍ରହ କରିନେଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *