ସାଂସଦ ଅମରଙ୍କ ଚିଠି; ଅନାଥାଶ୍ରମ ସହ ମିଶ୍ରଣ ହେଉ ଜରାଶ୍ରମ

ଭୁବନେଶ୍ୱର: ରାଜ୍ୟରେ ଅନାଥାଶ୍ରମ ସହ ଜରାଶ୍ରମକୁ ମିଶ୍ରଣ କରାଯାଉ । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକ ଚିଠିଲେଖି ପ୍ରସ୍ତାବ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କୋଭିଡ୍‌?ରେ ସାରା ବିଶ୍ୱରେ ଅନେକ ଜୀବନ ଯାଇଛି, ପିତାମାତାଙ୍କୁ ହରାଇ ଅନେକ ପିଲା ଅନାଥ ହୋଇଛନ୍ତି । ଓଡ଼ିଶାରେ ବି କିଛି ପିଲା ଅନାଥ ହୋଇଛନ୍ତି । ଏମାନଙ୍କୁ ଅନାଥାଶ୍ରମରେ ରଖାଯାଇଛି । ହେଲେ ସେଠାରେ ସେମାନେ ବାପା-ମାଆଙ୍କ ସ୍ନେହ ପାଇପାରୁ ନାହାନ୍ତି, ବହୁ ଦୁଃଖରେ ଅଛନ୍ତି । ରାଜ୍ୟ ସରକାର ଅନାଥ ଶିଶୁଙ୍କ ପାଇଁ ଅନେକ ଜରୁରୀ ପଦକ୍ଷେପ ନେଇଥିବାରୁ ଆଉ ଗୋଟିଏ ବଡ଼ ନିଷ୍ପତ୍ତି ନେବା ଦରକାର । ଅନାଥପିଲାଙ୍କ ମାନସିକ ଶାନ୍ତି ପାଇଁ ଅନାଥାଶ୍ରମ ସହ ଜରାଶ୍ରମର ମିଶ୍ରଣ କରାଯାଉ । ଏହାଦ୍ୱାରା ଜରାଶ୍ରମର ଅନ୍ତେବାସୀ ମଧ୍ୟ ପିଲାଙ୍କୁ ସ୍ନେହଦେବେ ଓ ପାଇବେ ।

ଉଭୟେ ମାନସିକ ସ୍ତରରେ ଖୁସିରହିବେ । କେରଳରେ ଏହିଭଳି ପଦକ୍ଷେପ ଗ୍ରହଣ କରିବା ପରେ ସଫଳତା ମିଳିଛି । ଉକ୍ତ ମଡେଲକୁ ଅନୁସରଣ କରି ଓଡ଼ିଶା ସରକାର ଠୋସ୍‌? ପଦକ୍ଷେପ ଗ୍ରହଣ କରନ୍ତୁ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏନେଇ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେହିଭଳି ଶ୍ରୀ ପଟ୍ଟନାୟକ ବୁଣାକାର ଓ ହସ୍ତଶିଳ୍ପୀଙ୍କ ଜୀବନଜୀବିକା ସମସ୍ୟା କଥା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଛନ୍ତି । ସେ କହିଛନ୍ତି ଯେ ବୁଣାକାର ଓ ହସ୍ତଶିଳ୍ପୀଙ୍କ ଯୋଗୁଁ ରାଜ୍ୟକୁ ବିଦେଶୀ ମୁଦ୍ରା ଆଣିବାରେ ସହାୟକ ହୋଇଥାନ୍ତି । ମନରେଗାରେ ଏହି ଗୋଷ୍ଠୀ କାର୍ଯ୍ୟ କରିପାରିବେ ନାହିଁ ।

ସରକାରୀ କାର୍ଯ୍ୟକ୍ରମ କେବଳ ସମବାୟ କ୍ଷେତ୍ର ସହ ଜଡିତ ବୁଣାକାରଙ୍କୁ ମିଳୁଛି । ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୁଣାକାର ସୁବିଧା ପାଉନାହାନ୍ତି । ବୁଣାକାର ଓ ହସ୍ତଶିଳ୍ପୀଙ୍କୁ କାଳିଆ ଯୋଜନା ଭଳି ସହାୟତା ମିଳିବା ଦରକାର । ବର୍ଷ କି ଦୁଇବର୍ଷ ପାଇଁ ସେହି ସହାୟତା ମିଳୁ । କାରଣ କୋଭିଡ୍‌? ମହାମାରୀ ପାଇଁ ୨୦୨୦ ମାର୍ଚ୍ଚରୁ ବୁଣାକାରମାନେ ସଙ୍କଟ ସ୍ଥିତି ଦେଇ ଗତିକରୁଛନ୍ତି । ଲକ୍‌?ଡାଉନ ଯୋଗୁଁ ସେମାନେ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିପାରୁନାହାନ୍ତି । ତେଣୁ ସେମାନଙ୍କ ପାଇଁ କିଛି ଜରୁରୀ ନିଷ୍ପତ୍ତି ନିଆଯାଉ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *