ପାରାଦୀପରେ ନିର୍ମାଣ ହେବ ପ୍ଲାଷ୍ଟିକ ପାର୍କ

ଭୁବନେଶ୍ୱର : ପାରାଦୀପଠାରେ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ନିର୍ମାଣ ପାଇଁ ଇଣ୍ଡିଆନ ଅଏଲ ଓ ଇଡକୋ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପାରାଦୀପରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ପ୍ରକଳ୍ପର ବ୍ୟୟ ଅଟକଳ ୧୦୬ କୋଟି ଟଙ୍କା ରଖାଯାଇଛି । ୧୨୦ ଏକର ଜମି ଉପରେ ଏହି ପାର୍କ ନିର୍ମାଣ ହେବ । ଡାଉନଷ୍ଟ୍ରିମ ପ୍ଲାଷ୍ଟିକ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ଭାବେ କାର୍ଯ୍ୟକ୍ଷମ ହେବ ଏହି ପ୍ଲାଷ୍ଟିକ ପାର୍କ । ପାରାଦୀପ ବିଶୋଧନାଗାର କମ୍ପେ୍ଲକ୍ସରୁ ଉତ୍ପାଦିତ ପୋଲିପ୍ରୋପିଲିନ ଓ ଇଥାଇଲିନର ବ୍ୟବହାର କରାଯାଇ ପ୍ଲାଷ୍ଟିକ ପ୍ରସ୍ତୁତ ହେବ । ବିଦେଶରୁ ପ୍ଲାଷ୍ଟିକର ଆମଦାନି ହ୍ରାସ କରିବାରେ ଏହା ସାହାଯ୍ୟ କରିବା ସହ ମେକ୍‌-ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବ । ସେହିପରି ଓଡ଼ିଶାରେ ସାମାଜିକ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *