ପେଟ ପାଇଁ ୩ ଦିନର ଛୁଆକୁ ବିକିଲା ମା’

ମୁମ୍ବାଇ : ଅନେକ ସମୟରେ ଅତ୍ୟଧିକ ଦାରିଦ୍ର‌୍ୟ କାରଣରୁ ଲୋକେ ଏଭଳି କିଛି କାର୍ଯ୍ୟ କରିଥାଆନ୍ତି, ଯାହା କଳ୍ପନା କରିବା ମଧ୍ୟ ଅସମ୍ଭବ । ଏଭଳି ହିଁ ଏକ ଘଟଣା ମହାରାଷ୍ଟ୍ରରେ ଘଟିଥିବା ସାମ୍ନାକୁ ଆସିଛି । ଅତ୍ୟଧିକ ଦାରିଦ୍ର‌୍ୟର ଶିକାର ହୋଇ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଶିରିଡି ସହରର ଜଣେ ୩୨ ବର୍ଷ ବୟସ୍କା ମହିଳା ତାଙ୍କ ତିନି ଦିନର ପୁଅକୁ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ନିକଟରେ ୧.୭୮ ଲକ୍ଷରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ନଭେମ୍ବର ୭ ଥାନେର ଡୋମ୍ବିଭଲି ସହରର ମନପଡା ପୁଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଏହି ଘଟଣାରେ ଶିଶୁ କ୍ରୟ କରିଥିବା ଉକ୍ତ ବ୍ୟକ୍ତି ଓ ମହିଳାଙ୍କୁ ଶିଶୁ ବିକ୍ରିରେ ସାହାଯ୍ୟ କରିଥିବା ଅନ୍ୟ ୪ ଜଣ ମହିଳାଙ୍କୁ ଗିରଫ କରିଛି । ସେପ୍ଟେମ୍ବର ମାସରେ ମହିଳା ଜଣକ ଏହି ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ପରିବାରର ଆର୍ôଥକ ଅବସ୍ଥା ଭଲ ନ ଥିବାରୁ ତାଙ୍କ ଯତ୍ନ ନେବାକୁ ସ୍ଥିତିରେ ନଥିଲେ ବୋଲି ମନପଡା ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି । ଏହା ପରେ ସେ ପିଲାଟିକୁ ବିକ୍ରୟ କରିବା ଏବଂ କିଛି ଟଙ୍କା ପାଇବା ପାଇଁ ଗ୍ରାହକ ଖୋଜିବା ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି । ଅହମ୍ମଦନଗର, ଥାନେର କଲ୍ୟାଣ ଏବଂ ପଡୋଶୀ ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳର ତିନିଜଣ ମହିଳା ତାଙ୍କୁ ଗ୍ରାହକ ଖୋଜିବାରେ ସାହାଯ୍ୟ କରିଥିଲେ । ଏହା ପରେ ସେମାନେ ମୁଲୁଣ୍ଡରେ ରହୁଥିବା ବ୍ୟକ୍ତିଙ୍କୁ ପିଲାଟିକୁ ବିକ୍ରୟ କରିବା ପାଇଁ ଏକ ଚୁକ୍ତି କରିଥିଲେ । ଅନ୍ୟଙ୍କ ସହାୟତାରେ ଶିଶୁର ମା’ ତାଙ୍କ ପୁଅକୁ କୌଣସି ଆଇନଗତ ଚୁକ୍ତି ବିନା ୧.୭୮ ଲକ୍ଷରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଘଟଣା ବିଷୟରେ ଖବର ପାଇ ପୋଲିସ ଓ ଅନ୍ୟ ଅଧିକାରୀ ସେଠାରେ ଚଢଉ କରି ଶିଶୁର ମାଆ, ଶିଶୁକୁ କିଣିଥିବା ବ୍ୟକ୍ତି, ଅନ୍ୟ ତିନି ଜଣ ମହିଳା ଏବଂ ଶିଶୁକୁ ବିକ୍ରି କରିବାରେ ସାହାଯ୍ୟ କରିଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *