ଦେଶରେ ୩୩ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ କୁପୋଷିତ

ନୂଆଦିଲ୍ଲୀ: ସରକାରୀ ତଥ୍ୟ ଅନୁସାରେ ସମ୍ପ୍ରତି ଦେଶରେ ୩୩ ଲକ୍ଷରୁ ଅଧିକ ଶିଶୁ କୁପୋଷିତ ଅଛନ୍ତି । ଏହି ୩୩ ଲକ୍ଷରୁ ଅର୍ଦ୍ଧେକରୁ ଊର୍ଦ୍ଧ୍ୱ ଅର୍ଥାତ୍ ୧୭.୭ ଲ୪ ଶିଶଉ ସାଂଘାତିକ ଭାବେ କୁପୋଷଣର ଶିକାର ଅଛନ୍ତି । ଗମ୍ଭୀର ରୁପେ କୁପୋଷଣର ଶିକାର ଶିଶୁ ମହାରାଷ୍ଟ୍ର, ବିହାର ଓ ଗୁଜରାଟରେ ଅଧିକ ରହିଛନ୍ତି । ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ସୂଚନାର ଜବାବ୍‌ରେ କେନ୍ଦ୍ର ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରଣାଳୟ ଏହି ତଥ୍ୟ ପ୍ରଦାନ କରିଛି । ମନ୍ତ୍ରଣାଳୟ କହିଛି ଯେ ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ମୋଟ ୩୩,୨୩, ୩୨୨ ଶିଶୁ କୁପୋଷିତ ହୋଇଛନ୍ତି ।

କୋଭିଡ୍ ମହାମାରୀ ଯୋଗୁଁ ଦେଶର ଗରିବ ତଥା ଅତିଗରିବ ପରିବାରର ଶିଶୁମାନଙ୍କ କ୍ଷେତ୍ରରେ କୁପୋଷଣ ବଢ଼ିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ ସ୍ୱୀକାର କରିଛି । ୧୪ ଅକ୍ଟୋବର ୨୦୨୧ ସୁଦ୍ଧା ଦେଶରେ ୧୭.୭୬ ଲକ୍ଷ ଶିଶୁ ଅତ୍ୟନ୍ତ କୁପୋଷିତ ଓ ୧୫.୪୬ ଲକ୍ଷ ଶିଶୁ ସ୍ୱଳ୍ପ-କୁପୋଷିତ ଅଛନ୍ତି । ଏହି ତଥ୍ୟ ଚିନ୍ତାଜନକ ବୋଲି କହିଛି ମନ୍ତ୍ରଣାଳୟ । ସୂଚନାଯୋଗ୍ୟ ଯେ ନଭେମ୍ବର ୨୦୨୦ ତୁଳନାରେ ୧୪, ଅକ୍ଟୋବର ୨୦୨୧ ବେଳକୁ ଅତ୍ୟନ୍ତ କୁପୋଷିତ ଶିଶୁଙ୍କ ସଂଖ୍ୟାରେ ଅତ୍ୟଧିକ ବୃଦ୍ଧି ଘଟିଛି । ମହାରାଷ୍ଟ୍ରରେ ସର୍ବାଧିକ କୁପୋଷିତ ଶିଶୁ ଥିବା ବେଳେ ଦ୍ୱିତୀୟରେ ବିହାର ଓ ତୃତୀୟରେ ଗୁଜରାଟ ରହିଛି । ଅପରପକ୍ଷରେ ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ଭାରତ ୧୦୧ତମ ସ୍ଥାନରେ ପହଞ୍ଚିଛି । ଏହି ମାମଲାରେ ଭାରତ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ନେପାଳ ପଛକୁ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *