ପ୍ରଥମ ଥର ପାଇଁ ଏକା ସଙ୍ଗେ ୧୦ଟି ଚଳଚ୍ଚିତ୍ରର ମହୁରତ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଏକା ସଙ୍ଗେ ୧୦ଟି ଚଳଚ୍ଚିତ୍ରର ମହୁରତ କରି ରେକର୍ଡ ସୃଷ୍ଟି କରିଥିଲେ । ଆଉ ଏବେ ପ୍ରଥମ ଚଳଚ୍ଚିତ୍ର ‘ତୁ ସେଇ ନୀଳ ନୟନା’ ସୁଟିଂ ସରୁ ସରୁ ଦ୍ୱିତୀୟ ଚଳଚ୍ଚିତ୍ର ଲଭ୍ ୪୨୦ ର ମହୁରତ ସହ ସୁଟିଂ ଆରମ୍ଭ ହୋଇଛି । ବରମୁଣ୍ଡା ସିରିଡ଼ି ସାଇ ମନ୍ଦିରରେ ମୁନ୍ ଟିଭି ମୁଭିଜ୍‌ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ, କ୍ରିଏଟିଭ ହେଡ ପ୍ରଣୟ ଜେଠୀ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), ଅଭିନେତା ଜ୍ୟୋତିଙ୍କ ଉପସ୍ଥିତିରେ ଶୁଭ ମହୁରତ ଅନୁଷ୍ଠିତ ହୋଇଛି । ସୁଟିଂ ଭୁବନେଶ୍ୱର,କଟକ, ବାରିପଦା ସହ ଗୀତ ସୁଟିଂ ହାଇଦ୍ରାବାଦ ଓ କୋଲକାତାରେ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ । ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି ଡକ୍ଟର ରଜନୀରଞ୍ଜନ ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଜିତ ମଜୁମଦାର । ଏଥିରେ ଏହି ଚଳଚ୍ଚିତ୍ରରେ ଜ୍ୟୋତି, ଶୀତଲ, ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ନବାଗତ ଏଲିସା, ସୁନୀତା, ହରି, ହାଡୁ ପ୍ରମୁଖ ଅଭିନୟ କରୁଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *