ପଇସା ପାଇଁ ପିଶାଚ ସାଜିଲା ମଣିଷ

ନୂଆଦିଲ୍ଲୀ : ନିକଟରେ ଏକ ଏମିତି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ଦେହ ଶିହରି ଉଠିବ । ମନରେ ନିଶ୍ଚିତ ରୂପେ ଥରେ ଆସିବ ନିଜର ସ୍ୱପ୍ନ ପୁରା କରିବାକୁ ମଣିଷ କ’ଣ ଏତେ ନିଷ୍ଠୁର ହୋଇପାରେ । ଏମିତିକି ଜଣେ ଲୋକକୁ ନିଷ୍ଠୁର ଭାବରେ ମାରିଦେଇପାରେ । ବୀମାର ୩୭.୪୪ କୋଟି ଟଙ୍କା ହଡପ କରିବା ପାଇଁ ଏକ ଅମାନବୀୟ ତଥା ଭୟଙ୍କର ଷଡଯନ୍ତ୍ର କରି ତାକୁ ବାସ୍ତବତାର ରୂପ ଦେଲେ ଜଣେ ବ୍ୟକ୍ତି । ୫୪ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଇନ୍‌ସୁରାନ୍ସ ଟଙ୍କାକୁ ହଡପ କରିବା ପାଇଁ ଜଣେ ମାନସିକ ବିକାରଗ୍ରସ୍ତ ଲୋକକୁ ସାପ କାମୁଡ଼ାଇ ମାରିଦେଲେ । ଘଟଣା ବାବଦରେ ପ୍ରଥମେ ଇନ୍‌ସୁରାନ୍ସ କମ୍ପାନୀକୁ ହିଁ ଜଣାପଡିଥିଲା । ପ୍ରକୃତରେ ବ୍ୟକ୍ତି ଜଣକ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିକୁ ମାରି ତାହାକୁ ନିଜର ମୃତ୍ୟୁ ଦର୍ଶାଇ ଇନ୍‌ସୁରାନ୍ସ ନାଁରେ ଥିବା ବୀମା ଟଙ୍କାକୁ ହଡପ କରିବାକୁ ଚେଷ୍ଟା କରିଥିଲେ । ଏହି ଅଭିଯୋଗରେ ଅଭିଯୁକ୍ତ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଆଉ ଏହା ସହ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଘଟଣାଟି ପ୍ରକୃତରେ ଅହମ୍ମଦନଗର ଜିଲ୍ଲା ଆକୋଲ ତହସିଲ ଅନ୍ତର୍ଗତ ରାଜୁର ଗାଁରେ ଘଟିଛି । ଅହମ୍ମଦନଗର ଏସ୍ପି ମନୋଜ ପାଟିଲ ନିଜ ବୟାନରେ କହିଛନ୍ତିକି, ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭାକର ୱାଘଚାଊର ଗତ ୨୦ ବର୍ଷ ହେବ ୟୁଏସରେ ରହିଆସୁଥିଲେ । ସେହି ସମୟରେ ସେ ଏକ ଆମେରିକାନ ଇନ୍‌ସୁରାନ୍ସ କମ୍ପାନୀ ଠାରୁ ୫ ମିଲିୟନ ଟଙ୍କାର ବୀମା କରାଇଥିଲେ । ଏସ୍ପି ମନୋଜ ପାଟିଲ ଆଉ ମଧ୍ୟ କହିଛନ୍ତି କି, ଚଳିତ ବର୍ଷ ଜାନୁଆରୀ ମାସରେ ଅଭିଯୁକ୍ତ ଭାରତ ଫେରି ଅହମ୍ମଦନଗରସ୍ଥିତ ଧାମନଙ୍ଗନ ପାଟ ନାମକ ଗାଁରେ ରହି ଆସୁଥିଲେ । ଆଉ ଏହାପରେ ଏମିତି ଏକ ମରଣାନ୍ତକ ଭୟଙ୍କର ଷଡଯନ୍ତ୍ର ଯୋଜନା ରଚନା କରିଥିଲେ ।

ଆଉ ନିଜର ଏହି ଷଡଯନ୍ତ୍ରକୁ ବାସ୍ତବତାର ରୂପ ଦେବା ପାଇଁ ନିକଟରେ ଥିବା ଏକ ଭଡା ଘରେ ରହିବାକୁ ଲାଗିଲେ । ଏହା ପରେ ସେମାନଙ୍କ ଦଳର ଜଣେ ସହଯୋଗୀ ଏକ ବିଷଧର ସାପ ଆଣି ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ନିକଟରେ ଛାଡିଦେଇଥିଲେ । ତାର ମୃତ୍ୟୁ ହୋଇଯାଇଛି ବୋଲି ଜଣାପଡିବା ପରେ ତାକୁ ହସ୍ପିଟାଲରେ ନେଇ ଆଡମିଟ କରାଇଥିଲେ । କିନ୍ତୁ ସେଠାରେ ନିଜ ନାଁରେ ରେଜିଷ୍ଟ୍ରେସନ କରିଥିଲେ । ଏସପିଙ୍କ କହିବା ଅନୁଯାୟୀ ମିଳିଥିବା ମୃତ୍ୟୁ ସାର୍ଟିଫିକେଟକୁ ଆମେରିକା ପଠାଇଥଲେ । ଆଉ ଏପଟେ ପୁଅ ଦ୍ୱାରା ନିଜ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଇଥିଲେ । ଏମିତି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ବି ଇନ୍‌ସୁରାନ୍ସ କମ୍ପାନୀକୁ ଠକିବାକୁ ଚେଷ୍ଟା କରିଛନ୍ତି ବ୍ୟକ୍ତି ଜଣଙ୍କ । ଗୁଜୁରାଟର ଭଦୋଦରାରୁ ତାଙ୍କୁ ଗିରଫ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *