ମୋଦୀଙ୍କ ବଡ ଘୋଷଣା: ‘ନଭେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ରାସନ’

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବାସୀଙ୍କୁ ମାଗଣାରେ ଟିକା ଯୋଗାଇବା ସହ ମାଗଣା ରାସନ ଯୋଗାଇବାକୁ ବଡ ଘୋଷଣା କରିଛନ୍ତି ମୋଦୀ । ସେ କହିଛନ୍ତି ଯେ, କରୋନା ପାଇଁ ଜୀବିକା ବିପନ୍ନ ହୋଇଥିବାରୁ ଗରିବମାନଙ୍କୁ ମାଗଣାରେ ରାସନ ଯୋଗାଇଦିଆଯିବ । ଏଥିପାଇଁ ଗରୀବମାନଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯିବାକୁ ଘୋଷଣା ହୋଇଛି । ଦେଶର ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଦେବାକୁ ମୋଦୀ ଘୋଷଣା କରିଛନ୍ତି । ତେବେ ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ଆଜି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା ହୋଇଛି । ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର । ଜୁନ୍ ୨୧ ସୋମବାର ଠାରୁ ସମସ୍ତଙ୍କୁ ମାଗଣାରେ ଟିକା ଦେବ କେନ୍ଦ୍ର। ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ କେନ୍ଦ୍ର ଟିକା ଯୋଗାଇବ । ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ । ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଲୋକମାନେ ଟିକା ନେଇପାରିବେ । ଘରୋଇ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଟିକା ଦେବେ । ଘରୋଇ ହସ୍ପିଟାଲ ଟିକାକରଣ ଉପରେ ରାଜ୍ୟ ନଜର ରଖିବ ବୋଲି କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *