ପୁଣି ଜେଲରୁ ମିଳିଲା ମୋବାଇଲ୍

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ଜେଲ୍ ରୁ ଲଗାତର ଭାବେ ଅଧିକ ସଂଖ୍ୟାରେ ମୋବାଇଲ୍ ଫୋନ୍ ମିଳିବାରୁ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରୁଛି । ନିକଟରେ ଝାରପଡା ଜେଲ୍ ରୁ ଅନେକ ଗୁଡିଏ ମୋବାଇଲ୍ ଫୋନ୍ ମିଳିଥିଲା । ଏଥିସହ କଏଦୀ ମାନେ ବସି ମଜାମସ୍ତି କରୁଥିବା ବେଳର ମଧ୍ୟ ଭିଡିଓ ଭାଇରାଲ୍ ହୋଇଥିଲା । ଯାହାପରେ ପ୍ରଶାସନ ଉପରେ ସାଧାରଣ ଲୋକ ଆଙ୍ଗୁଠି ଉଠାଇଥିଲେ । ହେଲେ ଆଜି ପୁଣି ସମାନ ଘଟଣା ଦେଖିବାକୁ ମିଳିଛି ।

ଏହି ପରିପ୍ରେକ୍ଷୀରେ ଆଜି ଆଉ ଏକ ଜେଲ୍ ରୁ ମୋବାଇଲ୍ ଜବତ କରାଯାଇଛି । ଆଜି ଆସିକା ସବଜେଲ୍ ରୁ ୫ ଟି ମୋବାଇଲ୍ ଫୋନ୍ ଜବତ କରିଛନ୍ତି ଜେଲ୍ ଅଧୀକ୍ଷକ । ତେବେ ଜେଲ୍ କୁ ମୋବାଇଲ୍ କିପରି କଲା ସେ ନେଇ ଏବେ ଖୋଳତାଡ ଆରମ୍ଭ ହୋଇଯାଇଛି । ଜେଲକୁ ମୋବାଇଲ୍ ନେବାରେ ଯାହାର ହାତ ଥିବ ତା ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜେଲ୍ ଡିଜି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *