ରାତ୍ରୀକାଳୀନ କର୍ଫ୍ୟୁ ପରେ ବଦଳିଲା ‘ମୋ ବସ୍’ ସମୟ
ଭୁବନେଶ୍ୱର: ନାଇଟ୍ କର୍ଫ୍ୟୁ ଲାଗୁ ପରେ କ୍ରୁଟ୍ କର୍ତ୍ତୃପକ୍ଷ ‘ମୋ ବସ୍’ ସମୟ ସୀମାରେ ପରିବର୍ତ୍ତନ କରିଛନ୍ତି । ଏଣିକି ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ ୨୩ ନମ୍ବର ରୁଟରେ ମାଷ୍ଟରକ୍ୟାଣ୍ଟିନରୁ ପ୍ରଥମ ବସ୍ ୭ଟା ୧୦ରେ ଛାଡ଼ିବ ଶେଷ ବସ୍ ସନ୍ଧ୍ୟା ୭ଟାରେ ୩୦ ସମ୍ ହସ୍ପିଟାଲ ଯିବ । ସେହିଭଳି ସମ୍ ହସ୍ପିଟାଲ୍ ପଟୁ ପ୍ରଥମ ବସ୍ ସକାଳ ୬ଟା ୨୦ରେ ଥିବା ବେଳେ ଶେଷ ବସ୍ ସନ୍ଧ୍ୟା ୬ଟା ୩୫ରେ ମିଳିବ ।
ରୁଟ୍ ନମ୍ବର ୨୪ (କଳିଙ୍ଗ ବିହାରରୁ ସାଇ ମନ୍ଦିର)
କଳିଙ୍ଗ ବିହାରରୁ ପ୍ରଥମ ବସ୍ ସକାଳ ୫ଟା ୪୫, ଶେଷ ବସ୍ ସନ୍ଧ୍ୟା ୫ଟାରେ ଛାଡ଼ିବ ।
ସେହିଭଳି ସାଇ ମନ୍ଦିର ପଟୁ ପ୍ରଥମ ବସ୍ ୭ଟା ୪୦ରେ, ଶେଷ ବସ୍ ୬ଟା ୫୦ରେ ଛାଡ଼ିବ ।
ରୁଟ୍ ନମ୍ବର ୨୫ (ଡୁମଡୁମା-ମଞ୍ଚେଶ୍ୱର)
ଡୁମଡୁମାରୁ ପ୍ରଥମ ବସ୍ ସକାଳ ୭ଟା ୧୦, ଶେଷ ବସ୍ ସନ୍ଧ୍ୟା ୫ଟା ୫୦
ମଞ୍ଚେଶ୍ୱରରୁ ପ୍ରଥମ ବସ୍ ସକାଳ ୭ଟା ୨୦, ଶେଷ ବସ୍ ଖଣ୍ଡଗିରି ଯାଏ ରାତି ୭ଟା ୧୫
ରୁଟ୍ ନମ୍ବର-୨୬ଇ (ଡୁମଡୁମା-ଯଦୁପୁର-ଚକେଇସିଆଣି)
ଚକେଇସିଆଣିରୁ ପ୍ରଥମ ବସ୍ ସକାଳ ୭ଟା, ଶେଷ ବସ୍ ସନ୍ଧ୍ୟା ୫ଟା ୫୫
ଡୁମଡୁମା(ଯଦୁପୁର)ରୁ ପ୍ରଥମ ବସ୍ ସକାଳ ୭ଟା ୨୦, ଶେଷ ବସ୍ ସନ୍ଧ୍ୟା ୬ଟା ୫
ରୁଟ୍ ନମ୍ବର- ୨୭ (ମାଷ୍ଟର କ୍ୟାଣ୍ଟିନରୁ ଏମ୍ସ)
ମାଷ୍ଟର କ୍ୟାଣ୍ଟିନରୁ ପ୍ରଥମ ବସ୍ ସକାଳ ୭ଟା, ଶେଷ ବସ୍ ସନ୍ଧ୍ୟା ୮ଟା ୪୦
ଏମ୍ସରୁ ପ୍ରଥମ ବସ୍ ସକାଳ ୭ଟା ୧୦, ଶେଷ ବସ୍ ସନ୍ଧ୍ୟା ୬ଟା ୩୦ରେ ଛାଡ଼ିବ ।