ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: ବ୍ରଜରାଜନଗର ବିଧାୟକଙ୍କ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ । ହୃଦଘାତରେ କିଶୋରଙ୍କ ପରଲୋକ ଘଟିଥିବା ସୂଚନା । ୬୩ ବର୍ଷ ବୟରେ ହୃଦଘାତରେ ଦେହାନ୍ତ ଘଟିଛି । କିଶୋର ମହାନ୍ତି ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିବାବେଳେ ଓଡ଼ିଶା ବିଧାନସଭାରେ ପୂର୍ବରୁ ବାଚସ୍ପତି ଭାବେ ଦାୟିତ୍ୱ ନିଭାଇଥିଲେ । ଝାରସୁଗୁଡାରୁ ତିନି ଥର ବିଧାୟକ ଥିଲେ କିଶୋର । ପରେ ପ୍ରଥମ ଥର ପାଇଁ ବ୍ରଜରାଜନଗର ଆସନରୁ ବିଧାୟକ ହୋଇଥିଲେ । 1990ରେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ କିଶୋର ମହାନ୍ତି । ହୃଦଘାତରେ ଆକ୍ରାନ୍ତ ହୋଇଥିବାବେଳେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସଂଧ୍ୟାରେ ହୃଦଘାତରେ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ହୋଇଛି । ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ରାଜନୈତିକ ଜୀବନି ଜଟିଳତା ଭିତରେ ପ୍ରବାହ କରିଛି ।

୨୦୦୪ରୁ ୨୦୦୮ ଯାଏଁ ବିଜେଡ଼ିର ସରକାରୀ ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇଥିଲେ । ୨୦୦୮ରୁ ୨୦୦୯ ଯାଏଁ ବାଚସ୍ପତି ପଦବୀରେ ବସିଥିଲେ କିଶୋର ମହାନ୍ତି । ୨୦୦୯ରୁ ୨୦୧୨ ଯାଏଁ ବିଜେଡିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୪ରୁ ୨୦୧୯ ଯାଏ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦାୟିତ୍ୱ ତୁଲାଇଥିଲେ କିଶୋର ମହାନ୍ତି । ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ପ୍ରଭାବଶାଳୀ ନେତା ଭାବେ ଜଣାଶୁଣା ଥିଲେ କିଶୋର ମହାନ୍ତି । ନୂଆ ଝାରସୁଗୁଡ଼ା ଜିଲ୍ଲାର ବିନ୍ଧାଣୀ ଭାବେ ତାଙ୍କୁ କୁହାଯାଏ । ଛାତ୍ର ଜୀବନରୁ ରାଜନୀତିକୁ ଆସିଥିବା କିଶୋର ବିଭିନ୍ନ ଶ୍ରମିକ ସଙ୍ଗଠନ ସହ ଓତପ୍ରୋତଃ ଭାବେ ଜଡ଼ିତ ଥିଲେ । ୧୯୭୭ରେ ଜନତା ଦଳରେ ଯୋଗ ଦେଇ ପ୍ରତ୍ୟକ୍ଷ ରାଜନୀତିକୁ ଆସିଥିଲେ । ୧୯୮୪ରେ ଝାରୁସୁଗୁଡ଼ାର କାଉନସିଲରୁ ରାଜନୈତିକ କ୍ୟାରିୟର ଆାରମ୍ଭ କରିଥିଲେ ସେ । ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଝାରୁସୁଗୁଡ଼ାର ପୌରାଧ୍ୟକ୍ଷ ଥିଲେ । ଅଚାନକ କିଶୋରଙ୍କ ଦେହାନ୍ତ ପଶ୍ଚିମ ଓଡ଼ିଶାବାସୀଙ୍କୁ ସ୍ତମ୍ବୀଭୁତ କରିଦେଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *