ଏମ୍‌କେସିଜିରେ ଖୋଲିଲା ଗାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗ  

-୧୯ ପଦବୀକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ 
ଭୁବନେଶ୍ୱର : ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗ ଖୋଲିବାକୁ ଯାଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ସର୍ଜିକାଲ ଓ ମେଡିକାଲ ଗାଷ୍ଟ୍ରୋଏଣ୍ଟରୋଲୋଜି ପାଇଁ ୧୯ଟି ଶୈକ୍ଷିକ ଓ ଅଣଶୈକ୍ଷିକ ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଥିଲେ, ଏମ୍‌କେସିଜି ମେଡିକାଲ କଲେଜରେ ଉପରୋକ୍ତ ଦୁଇ ସୁପର ସ୍ପେସିଆଲିଟି ବିଭାଗ ଖୋଲିବା ଫଳରେ ସମଗ୍ର ଦକ୍ଷିଣ ଓଡିଶାର ଜନସାଧାରଣ ବିଶେଷ ଭାବରେ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ବ୍ରହ୍ମପୁରରେ ଏହି ଅତ୍ୟାଧୁନିକ ସୁପର ସ୍ପେସିଆଲିଟି ଚିକିତ୍ସା ସୁବିଧା ଉପଲବ୍‌ଧ ହେବା ଦ୍ୱାରା ଦକ୍ଷିଣ ଓଡିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ କହିଥିଲେ, ମେଡିକାଲ କଲେଜ, ବ୍ରହ୍ମପୁର ରାଜ୍ୟର ବିଶେଷକରି ଦକ୍ଷିଣ ଓଡିଶାର ଅଗ୍ରଣୀ ଚିକିତ୍ସା ପ୍ରତିଷ୍ଠାନ ଭାବରେ ସୁପରିଚିତ । ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ବର୍ତ୍ତମାନ ଏହି ସୁପରସ୍ପେସିଆଲିଟି ବିଭାଗ ଖୋଲିବା ଦ୍ୱାରା ଜନସାଧାରଣଙ୍କ ଅସୁବିଧା ଦୂର ହେବ ବୋଲି ସେ ପ୍ରକାଶ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *