ଗାଳିଗୁଲଜରୁ ବର୍ତ୍ତିବା ପାଇଁ ଘର ଛାଡି ପଳାଇଥିଲେ ଯୁବକ, ଶେଷରେ କ’ଣ ହେଲା ଜାଣନ୍ତୁ….

ଲକ୍ଷ୍ନୌ: ପରୀକ୍ଷାରେ କମ ମାର୍କ ଆସିବାରୁ କାଳେ ଘରେ ଗାଳି କରିବେ ସେହି ଚିନ୍ତାରେ ଘର ଛାଡି ପଳାଇଥିଲେ ଯୁବକ । ଏହା ପରେ ପରିବାର ସଦସ୍ୟ ତାଙ୍କର ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । ଆଉ ଦୀର୍ଘ ୨୨ ମାସ ପରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିଛି ପୋଲିସ । ଉତ୍ତରପ୍ରଦେଶର ଗୋରଖପୁରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ପରୀକ୍ଷାରେ ଫେଲ ହୋଇଥିବାରୁ ପରିବାର ସଦସ୍ୟ କାଳେ ଗାଳିଗୁଲଜ କରିବେ, ସେହି ଡରରେ ଜଣେ ଛାତ୍ର ଘର ଛାଡି ପଳାଇଥିଲେ । ଏହି ମାମଲାରେ ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ, ଗୋରଖପୁରର କ୍ୟାଣ୍ଟ ପୋଲିସ ଷ୍ଟେସନରେ ୨୦୧୮ ମସିହାରେ ଏକ ନିଖୋଜ ମାମଲା ପଞ୍ଜିକୃତ ହୋଇଥିଲା । ତେବେ ବହୁ ଅନୁସନ୍ଧାନ ପରେ ଛାତ୍ରଙ୍କୁ ନ ପାଇବାରୁ ପୋଲିସ ଫାଇଲ ବନ୍ଦ କରିଦେଇଥିଲା ।

ତେବେ ନିଖୋଜ ଛାତ୍ରଙ୍କ ଆଧାର କାର୍ଡରେ ଗୁଜୁରାଟରେ ଏକ ମୋବାଇଲ୍ ସିମ୍ କ୍ରୟ କରାଯାଇଥିବାର ପୋଲିସ ପାଖରେ ଖବର ପହଞ୍ଚିଥିଲା । ଏହା ସହ ସେହି ସିମ୍ ମାଧ୍ୟମରେ ସୋସିଆଲ ମିଡିଆରେ ଏକ ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା । ଏହା ପରେ ପୋଲିସ ପକ୍ଷରୁ ଏହି ନମ୍ବରକୁ ଟ୍ରାକ କରାଯାଇଥିଲା । ମୋବାଇଲ ନମ୍ବରଟି ଗୁଜୁରାଟର ରାଜକୋଟରେ ସକ୍ରିୟ ଥିବାର ଜଣାପଡିଥିଲା । ଏହା ପରେ ଗୋରଖପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଯାଇ ରାଜକୋଟରେ ଖୋଜିଥିଲା । ଶେଷରେ ନିଖୋଜ ଯୁବକ ଜଣକ ଏକ ପିଜା ସେଣ୍ଟରରେ କାମ କରୁଥିବାବେଳେ ପୋଳିସ ତାଙ୍କୁ ଧରିଥିଲା । ଗୋରଖପୁର ଏସପି ସୋନମ କୁମାର କହିଛନ୍ତି ଯେ ପରୀକ୍ଷାରେ ଫେଲ ହେବା ପରେ ପରିବାର ସଦସ୍ୟଙ୍କ ଗାଳିଗୁଲଜ ଭୟରେ ଯୁବକ ଜଣକ ଗୁଜୁରାଟ ଚାଲିଯାଇଥିଲେ । ଯେଉଁଠାରେ ସେ ପିଜା ସେଣ୍ଟରରେ କାମ କରିବା ଆରମ୍ଭ କରିଥିଲେ । ଏବେ ଉଦ୍ଧାର ହୋଇଥିବା ଛାତ୍ରଙ୍କୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *