ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ

କିଓ: ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଇତିହାସ ରଚିଲେ ମୀରାବାଈ ଚାନୁ । ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ପ୍ରଥମ ଦିନର ପଦକ ହାସଲ କରିଛି ଭାରତ । ଭାରଉତ୍ତୋଳନରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିବା ପ୍ରଥମ ମହିଳା ମୀରାବାଈ ଚାନୁ । ଏହି ମୁକାବିଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଚୀନ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛି । ସେହିଭଳି ତୃତୀୟ ସ୍ଥାନରେ ରହିଛି ଇଣ୍ଡୋନେସିଆ । ପ୍ରଥମସ୍ଥାନରେ ଥିବା ଚୀନ୍‌ ପ୍ରତିଯୋଗୀ ମୋଟ ୨୧୦ କିଲୋ ଉଠାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଭାରତର ମୀରାବାଈ ୨୦୨ କିଲୋ ଭାର ଉଠାଇଥିଲେ । ସେହିଭଳି ତୃତୀୟ ସ୍ଥାନରେ ଥିବା ଇଣ୍ଡୋନେସିଆ ଖାଳାଳି ୧୯୪ କିଲୋ ଭାର ଉଠାଇଛନ୍ତି । ୨୧ ବର୍ଷ ପରେ ଭାରତକୁ ଏହି ସଫଳତା ମିଳିଛି । ପୂର୍ବରୁ କର୍ଣ୍ଣମ ମାଲେଶ୍ୱରୀ ଭାରୋତ୍ତୋଳନରେ ଭାରତ ପାଇଁ ପଦକ ଜିତିଥିଲେ । ପଦକ ହାସଲ କରିବା ପରେ ମୀରାବାଈ ଚାନୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *