ପୁରୀରେ ଅକ୍ସିଜେନ୍‌ ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ ହେବ : ଗଣଶିକ୍ଷା ମନ୍ତ୍ରୀ

ପୁରୀ: ପୁରୀ ଜିଲ୍ଲାର କୋଭିଡ୍‌ ସ୍ଥିତିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସମୀକ୍ଷା କରିଛନ୍ତି। ଏନେଇ ସେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ପୁରୀରେ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଛି। ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଂ ବ୍ୟବସ୍ଥାରେ ଏହି ପ୍ଲାଣ୍ଟ କାର୍ଯ୍ୟ ମେ ୧୫ ସୁଦ୍ଧା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।
ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ହୋଇଥିବା ସମୀକ୍ଷାରେ ମନ୍ତ୍ରୀ କହିଛନ୍ତି, କୋଭିଡ୍‌ର ଦ୍ବିତୀୟ ଷ୍ଟ୍ରେନ୍‌ ପ୍ରାଣଘାତକ ହୋଇଛି। ଅଦ୍ୟାବଧି ୩୩ ହଜାର ୩ଶହ ୭୨ ନମୂନା ସଂଗ୍ରହ ହୋଇଛି। ଏଥିରୁ ୨ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ଟିଭ୍‌ ୧ହଜାର ୮ଶହ ୮୪ ଜଣ ରହିଥିବା ବେଳେ ଗୃହ ସଙ୍ଗରୋଧରେ ୧୩ ହଜାର ୮୩୯ ଜଣ ରହିଛନ୍ତି।
ସେହିଭଳି ୯୭ ପ୍ରତିଶତ ସ୍ବାସ୍ଥ୍ୟ କର୍ମୀଙ୍କୁ ଟୀକା ଦିଆଯାଇଛି। ମୋଟ ୧ଲକ୍ଷ ୯୨ ହଜାର ୪୮ ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ୭ହଜାର ୫୧୨ ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ୧୧ବ୍ଲକ ଓ ୩ ଏନ୍‌ଏସିରେ ୧ହଜାର ୨ଶହ ବେଡ୍‌ର ବ୍ୟବସ୍ଥା ହୋଇଛି। ୧୩୦ ଅକ୍ସିଜେନ୍‌ ସିଲିଣ୍ଡର ବ୍ୟବସ୍ଥା ହୋଇଛି। ଜିଲ୍ଲାରେ ୧୫ ଆଇସିୟୁ ପ୍ରସ୍ତୁତ ହୋଇଥିବା ବେଳେ ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ୍‌ ଆଣ୍ଡ ହସ୍‌ପିଟାଲରେ ଗୋଟିଏ ସପ୍ତାହ ମଧ୍ୟରେ ଅକ୍ସିଜେନ୍‌ ବ୍ୟବସ୍ଥା ଥିବା ଦେଢ଼ ଶହ ବେଡ୍‌ କାର୍ଯ୍ୟକ୍ଷମ ହେବାକୁ ଯାଉଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *