ବାତ୍ୟା ବିପନ୍ନଙ୍କୁ ଭେଟିଲେ ମନ୍ତ୍ରୀ ଅରୁଣ ସାହୁ

ଭଦ୍ରକ : ବାଲେଶ୍ୱର ଜିଲ୍ଲା ବାତ୍ୟା ପ୍ରଭାବିତଙ୍କୁ ଭେଟିଛନ୍ତି କୃଷି, ମତ୍ସ୍ୟ ଓ ପଶୁ ପାଳନ ବିଭାଗ ମନ୍ତ୍ରୀ ଅରୁଣ ସାହୁ। ଜିଲ୍ଲାର ହଳଦୀପଦା, ପରିଖି, ସାର୍ଥା ଅଞ୍ଚଳ ଗସ୍ତକରି ଚାଷଜମି ଓ ମାଛଚାଷ ପୋଖରୀ ବୁଲି ଦେଖିଛନ୍ତି । ଏହାସହ ସମୁଦ୍ରରୁ ମାଛ ମାରୁଥିବା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ଭାଙ୍ଗି ଯାଇଥିବାରୁ ତାର ସଠିକ ଆକଳନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ଜିଲ୍ଲାରେ ମୋଟ ୫୫୪ ହେକ୍ଟର ଚିଙ୍ଗୁଡ଼ି ପୋଖରୀ ବୁଡ଼ି ଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ବାତ୍ୟାଞ୍ଚଳରୁ ଫେରି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ। ଏଥିସହ ଭଦ୍ରକ ଜିଲ୍ଲାରେ ମଧ୍ୟ ବିଭିନ୍ନ ବାତ୍ୟା ଅଞ୍ଚଳ ବୁଲି ଦେଖିଛନ୍ତି ମନ୍ତ୍ରୀ ଅରୁଣ ସାହୁ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ଧାମରା ଓ ଚାନ୍ଦବାଲି ଓ ବାସୁଦେବପୁର ପ୍ରଭାବିତ ଅଞ୍ଚଳରେ ବିପନ୍ନଙ୍କ ସହ ଆଲୋଚନା କରିବା ସହିତ କ୍ଷୟକ୍ଷତି ଆକଳନ କରିଛନ୍ତି। ସେପଟେ ଜିଲ୍ଲାର ବାତ୍ୟା ପିପନ୍ନ ଦୁଇ ମନ୍ତ୍ରୀଙ୍କୁ ବିଭିନ୍ନ ସମସ୍ୟା କଥା କହିଛନ୍ତି । ଧାମରାରେ କୃଷି ମନ୍ତ୍ରୀଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଥିଲା । ଏହାପରେ ବାସୁଦେବପୁରରେ ସମୀକ୍ଷା ବୈଠକ କରି ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ବୈଠକରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ସହିତ କୃଷି ବୈଜ୍ଞାନିକ, ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *