ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ମନ୍ତ୍ରୀ ଓ ବିଧାୟକ

ବାଲେଶ୍ୱର : ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବାଲେଶ୍ୱର ବଳାରାମଗଡ଼ିରେ ଶକ୍ତିମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ପ୍ରଣବ ପ୍ରକାଶ ଦାସ ପହଞ୍ଚି ସ୍ଥିତି  ଅନୁଧ୍ୟାନ କରିଛନ୍ତି । ଜନସାଧାରଣଙ୍କ ଜୀବନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ।  କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । ଆବଶ୍ୟକ ମୁତାବକ ଖାଦ୍ୟ ସାମଗ୍ରୀ ଦିଆଯାଉଛି । ଜନସାଧାରଣଙ୍କ ଦାବି ମୁତାବକ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି । ବାତ୍ୟାରେ କୌଣସି ପର୍ଯ୍ୟଟକଙ୍କର କ୍ଷତି ହୋଇନାହିଁ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ  । ସରକାରୀ ସ୍ତରରେ ଓ ବିଜୁ ଜନତା ଦଳ ପକ୍ଷରୁ କାମ ଜାରି ରହିବ । ଶକ୍ତି ବିଭାଗ କ୍ଷୟକ୍ଷତି ଆକଳନ ଚାଲିଛି ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ବଳରାମଗଡ଼ି ପରେ ଚାନ୍ଦିପୁରରେ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ବାତ୍ୟା ସମୟରେ ଜୋର ପବନରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ବାହନଗା ବ୍ଲକର ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛକୁ ଓଡ୍ରାଫ୍ ଟିମ୍ ସହ ଗଛକୁ କାଟି ସଫା କରିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା । ବିଧାୟକ ଗଛ ସଫା କରିବା ସହ ବାତ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *