୧୬ରେ ଭୁବନେଶ୍ୱର ଆସିବ ପୁରୁଷ ହକି ଟିମ୍, କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମ୍ ସହ ଭିଡିଓ କଲରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ଟିମକୁ ଟୋକିଓରେ ଐତିହାସିକ ବିଜୟକୁ ନେଇ ଶୁଭେଚ୍ଛା ଜଣାଇବା ପରେ ଓଡ଼ିଶା ଆସିବାକୁ ନବୀନ ଆମନ୍ତ୍ରଣ କରିଛନ୍ତି । ଫଳରେ ଅଗଷ୍ଟ ୧୬ରେ ଭାରତୀୟ ପୁରୁଷ ହକି ଟିମ୍ ଭୁବନେଶ୍ୱର ଆସିବେ । ବିଜୟୀ ଟିମକୁ ସ୍ୱାଗତ କରିବାକୁ ଅପେକ୍ଷା କରୁଛୁ ବୋଲି ନବୀନ କହିଛନ୍ତି । ତେବେ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସର ହକିରେ ବ୍ରୋଞ୍ଜ ପଦକ ଜିତିଛି ଭାରତ । ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତିଛି ପୁରୁଷ ହକି ଦଳ । ପଦକ ପାଇଁ ଲଢ଼େଇରେ ଚମତ୍କାର ପ୍ରଦର୍ଶନ କରିଛି ଭାରତ । ଅଲିମ୍ପିକ୍ସରେ ଐତିହାସିକ ବିଜୟ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରାୟ ୧୯୮୦ ପରେ ହକିରେ ପଦକ ପାଇଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ସିମରନଜିତ ୨ଟି ଗୋଲ ଦେଇଥିବା ବେଳେ ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଓ ରୁପିନ୍ଦର ପାଲ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *