ସମ୍ଭାବ୍ୟ ବାତ୍ୟା ଆଶଙ୍କା ନେଇ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ବୈଠକ

ପୁରୀ : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ ଦିନ ୧୧ ଘଟିକା ସମୟରେ ଜିଲ୍ଲାପାଳ ମହୋଦୟ VC ମାଧ୍ୟମରେ ସମସ୍ତ BDO, Tahasildar, Medical Officer, CDPO, EO, NAC ଏବଂ ସମସ୍ତ line department ର ଅଧିକାରୀ ଏବଂ ସରପଞ୍ଚ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ମିଟିଂ ରେ ଲୋକ ମାନଙ୍କୁ ସମ୍ଭାବ୍ୟ ବାତ୍ୟା ଉପରେ ସଚେତନ କରାଇବା ସହ ଯେଉଁ ମାନେ ଚାଳ ଘରେ କିମ୍ବା asebstos ଘରେ ରହୁଛନ୍ତି, ସେମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିବା ବ୍ୟବସ୍ଥା, ସେମାନଙ୍କ ପାଇଁ ଆବଶ୍ୟକୀୟ ଶୁଖିଲା ଖାଦ୍ୟ ମହଜୁଦ କରି ରଖିବା, ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବା, ପାନୀୟ ଜଳ ସମସ୍ତଙ୍କୁ ଯୋଗାଇ ଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ରାସ୍ତା clear କରିବା ପାଇଁ ଆବଶ୍ୟକୀୟ ମେସିନ ଏବଂ ଶ୍ରମିକ, ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା, COVID ରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ମାନଙ୍କର ସ୍ଵତନ୍ତ୍ର ଯତ୍ନ ଏବଂ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରଣ, ଏସବୁ ବିଷୟରେ ଆଲୋଚନା ହୋଇଥିଲା।ସେହିପରି ଗୋପ ବ୍ଲକରେ

ଦିନ ୩.୩୦ ସମୟରେ ମାନ୍ୟବର ମନ୍ତ୍ରୀ ଗୋପ ପଞ୍ଚାୟତ ସମିତି ସଭାଗୃହ ରେ ଏ ନେଇ ଏକ ମିଟିଂ କରିଥିଲେ। ଏଥିରେ ଗୋପ ଏବଂ ନିମାପଡା ବ୍ଲକ ଏବଂ NAC ର ଅଧିକାରୀ, ମେଡିକାଲ ଅଫିସର, ସମସ୍ତ ଲାଇନ department ର ଅଧିକାରୀ ଏବଂ PRI member ମାନେ ଯୋଗ ହେଇଥିଲେ। ବିଗତ ଦିନର ଅନୁଭୂତିକୁ ନେଇ ସମସ୍ତ department ଏକତ୍ରିତ ହୋଇ ବାତ୍ୟା ସହ COVID ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ପୂର୍ବରୁ ଲୋକ ମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ସହ ସେମାନଙ୍କ ପାଇଁ ଆବଶ୍ୟକୀୟ ଶୁଖିଲା ଏବଂ ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବା ଏବଂ ବାତ୍ୟା ପରେ ରାସ୍ତା clear କରିବା ସହ ଯଥାଶୀଘ୍ର ପାନୀୟ ଜଳ ଏବଂ ବିଦ୍ୟୁତ୍ ସଂଯୋଗ ପାଇଁ ପ୍ରାଧାନ୍ୟ ଦେଇଥିଲେ।

ନିମାପଡ଼ା ରେ ସର୍ବମୋଟ ୯୧ ଟି ଆଶ୍ରୟସ୍ଥଳୀ ଚୟନ କରାଯାଇଛି। ଏଥିରେ ୧୩୦୦ ରୁ ଉର୍ଦ୍ଧ ଲୋକଙ୍କୁ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ପାଇଁ ପଦକ୍ଷେପ ନିଆଯାଉଛି। ସେହିପରି ଭାବେ ୫୮ ଜଣ ଗର୍ଭବତି ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରାଯିବା ପାଇଁ ଯୋଜନା ବନା ଯାଇଛି। ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ୩୦୦ Qtl ଚୁଡ଼ା, ୩୦ qtl ଗୁଡ ସହ ଆବଶ୍ୟକ ଅନୁଯାୟୀ ଚାଉଳ, ବିସ୍କୁଟ ଏବଂ କିରୋସିନି ମହଜୁଦ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ସ୍ଥଳେ ଲୋକ ମାନଙ୍କୁ ଡାକବାଦି ଯନ୍ତ୍ର ସାହାଯ୍ୟରେ ବାତ୍ୟା ବିଷୟରେ ସଚେତନ କରିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। COVID ରେ ସଂକ୍ରମିତ ହୋଇ ଯେଉଁମାନେ ସଂଗରୋଧ ରେ ଅଛନ୍ତି, ଆବଶ୍ୟକ ଅନୁଯାୟୀ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଗ୍ରାମାଞ୍ଚଳ ରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପଞ୍ଚାୟତ ଏବଂ RWSS ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *