୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ 105ଟି ବିଦ୍ୟାଳୟ ରୂପାନ୍ତରଣ ସମ୍ପର୍କିତ ବୈଠକ

ଭୁବନେଶ୍ୱର : ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ 105ଟି ବିଦ୍ୟାଳୟ ରୂପାନ୍ତରଣ ସମ୍ପର୍କିତ ବୈଠକ 5ଟି ସଚିବ ଭି. କେ. ପାଣ୍ଡିଆନ ନ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଓସୱାନ ହଲ ଠାରେ ଅନୁଷ୍ଠିତ ଏହି ଭିଡ଼ିଓ କନ୍ଫରେନ୍ସ ରେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଜିଲ୍ଲା ଗ୍ରାମ୍ୟ ଉର୍ଣ୍ଣାୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୋଷ୍ଠି ଉର୍ଣ୍ଣାୟନ ଅଧିକାରୀ, ସରପଞ୍ଚ, ବ୍ଲକ ଶିକ୍ଷାଧିକାରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ବିଦ୍ୟାଳୟର ଭିତ୍ତିଭୂମି, ଖେଳାପଡ଼ିଆ, ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ, ଇ ଲାଇବ୍ରେରୀ, ବିଜ୍ଞାନଗାର, ଖେଳପଡ଼ିଆ ଆଦି ବିଷୟରେ ଆଲୋଚନା କରାଯାଇଥିଲା ।ପ୍ରାରମ୍ଭରେ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ । ଭିଡ଼ିଓ କନ୍ଫରେନ୍ସିଂଗ ମାଧ୍ୟମରେ ସମସ୍ତ ପ୍ରଧାନ ଶିକ୍ଷକ, ଆଲମୁନି, ସରପଞ୍ଚ ଓ ଅନ୍ୟମାନେ ବିଦ୍ୟାଳୟର ରୂପନ୍ତରଣ ସମ୍ପର୍କରେ ମତ ବିନିମୟ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *