କମଲା ହାରିସଙ୍କୁ ଗୋଲାପୀ ମିନାକାରୀ ଚେସ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଶୁକ୍ରବାର ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟଛନ୍ତି  । ଆମେରିକା ଉପ ରାଷ୍ଚ୍ରପତିଙ୍କ ସହ ଭେଟ ହେବା ସହ ପ୍ରଧାନମନ୍ତ୍ରୀ ମୋଦି ବିଶେଷ ଉପହାର ମଧ୍ୟ ପ୍ରଦାନ କରିଛନ୍ତି  ।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରାଷ୍ଟ୍ରପତି ହାରିସଙ୍କୁ ତାଙ୍କ ଜେଜେ ପିଭି ଗୋପାଲନଙ୍କ ସହ ଜଡିତ କିଛି ପୁରୁଣା ସୂଚନାର ପାଣ୍ଡୁଲିପି ଦେଇଛନ୍ତି । ଏହା ଖାସ ପ୍ରକାରର ହସ୍ତଶିଳ୍ପ ଫ୍ରେମରେ ସଜାଯାଇଛି । କେବଳ ସେତିକି ନୁହେଁ, ଗୋଲାପୀ ମିନାକାରୀର ଏସ ଚେସ୍‌ ସେଟ୍‌ ଉପରାଷ୍ଟ୍ରପତି ହାରିସଙ୍କୁ ଉପହାର ଦେଇଛନ୍ତି ମୋଦି । ଗୋଲାପୀ ମିନାକାରୀ କଳାକୃତି ଶିଳ୍ପ ଦୁନିଆର ସବୁଠୁ ପୁରୁଣା ସହର କାଶୀ ସହ ଜଡିତ । କାଶୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର । ଚେସ୍‌ର ଏହି ସେଟ୍‌ରେ ପ୍ରତ୍ୟେକ ଗୋଟିକୁ ସୂକ୍ଷ୍ମ ଭାବରେ ହାତରେ ପ୍ରସ୍ତୁତ କରାଯାଇଛି । ଏଥିରେ କାଶୀର ଜୀବନ୍ତ ଝଲକ ଦେଖିବାକୁ ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *