MCL showcases use of VR, AI technology in coal mining at MiO 2022

ମେକ୍ ଇନ୍ ଓଡ଼ିଶା ଏମ୍‌ସିଏଲ୍ ଷ୍ଟଲରେ ଦର୍ଶକଙ୍କୁ ଆକୃଷ୍ଟ କରୁଛି ଭିଆର୍‌, ଏଆଇ ଟେକ୍ନୋଲୋଜି

ଭୁବନେଶ୍ୱର, ୩.୧୨.୨୦୨୨: ଚଳିତ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ମହାନଦୀ କୋଲଫିଲ୍ଡ
ଲିମିଟେଡ୍ (ଏମ୍‌ସିଏଲ୍‌) ପକ୍ଷରୁ କୋଇଲା ଖଣିରେ ଭର୍ଚୁଆଲ ରିଏଲିଟୀ (ଭିଆର୍‌) ଓ
ଆର୍ଟିଫିସିଆଲ ଇେଌକ୍ଷଗ୍ଧ;ଲିଜେନ୍ସ (ଏଆଇ) ଟେକ୍ନୋଲୋଜିର ବ୍ୟବହାର ସମ୍ବନ୍ଧିତ ପ୍ରଦର୍ଶନୀ ଦର୍ଶକଙ୍କ
ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କୋଇଲା ଖଣି, ପରିବେଶ ସୁରକ୍ଷା, ସିଏସ୍‌ଆର୍ କ୍ଷେତ୍ରରେ
କମ୍ପାନୀର ସଫଳତାକୁ ପ୍ରଦର୍ଶିତ କରୁଥିବା ଏମ୍‌ସିଏଲ୍ ଷ୍ଟଲକୁ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା
ନିର୍ଦ୍ଦେଶକ ଓମ୍ ପ୍ରକାଶ ସିଂ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ କମ୍ପାନୀର
ନିର୍ଦ୍ଦେଶକ (ପର୍ସୋନେଲ) କେଶବ ରାଓ ଉପସ୍ଥିତ ଥିଲେ । ଏମ୍‌ସିଏଲ୍ କୋଇଲା ଖଣି ପରିଚାଳନା କ୍ଷେତ୍ରରେ
ଦକ୍ଷତାଭିତ୍ତିକ କାର୍ଯ୍ୟଗୁଡ଼ିକର ତାଲିମ ଓ ନିରୀକ୍ଷଣ ପାଇଁ ଭିଆର୍ ଏବଂ ଏଆଇ
ଟେକ୍ନୋଲୋଜୀ ବ୍ୟବହାର କରିଛି । ଏମ୍‌ସିଏଲ୍ ଷ୍ଟଲରେ ୱେଲ୍ଡିଂ, ଅଗ୍ନି ନିର୍ବାପକ, ଅତି
ଉଚ୍ଚତାରେ କାର୍ଯ୍ୟ କରିବା ଓ ବୈଦ୍ୟୁତିକ ରକ୍ଷଣାବେକ୍ଷଣ ପାଇଁ ତାଲିମ ବ୍ୟତୀତ ପରିଦର୍ଶକମାନଙ୍କୁ
କୋଇଲା ଖାଦାନରେ ଡ୍ରୋଜର, ଡମ୍ଫର / ଟ୍ରକ ଆଦିର ସଂଚାଳନ ପାଇଁ ଭିଆର୍ ମଡ୍ୟୁଲର ପ୍ରତ୍ୟେକ୍ଷ
ଅନୁଭୂତି ଲାଭର ସୁଯୋଗ ଦିଆଯାଇଛି ।
ଇଞ୍ଜିନିୟରିଂ ଛାତ୍ର ଓ ଉଦ୍ୟୋଗୀମାନଙ୍କ ବ୍ୟତୀତ ଏମ୍‌ସିଏଲ୍ ପ୍ରଦର୍ଶନୀ ଷ୍ଟଲ ସରକାରୀ, ରାଷ୍ଟ୍ରାୟତ
ଉଦ୍ୟୋଗ ଓ ବେସରକାରୀ କ୍ଷେତ୍ରର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଗତ ୩୦ ତାରିଖରୁ
ଭୁବନେଶ୍ୱର ଜନତା ମଇଦାନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ
ହୋଇଥିବା ‘ମେକ୍ ଇନ୍ ଓଡ଼ିଶା’ କନ୍‌କ୍ଲେଭ ୪ ତାରିଖରେ ଶେଷ ହେବାକୁ ଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *