ଶିମିଳିପାଳରେ ବିଜେଡି ସଂଗଠନ ସଂପାଦକ

ମୟୁରଭଞ୍ଜ : ଶିମିଳିପାଳରେ ବନାଗ୍ନି ସ୍ଥିତି ପରଖିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ଏ ନେଇ ସେ ଗତକାଲି ଟୁଇଟ୍ କରି ସୂଚନା ଦେଇଥିଲେ । ସେ ଶିମିଳିପାଳ ଜାତୀୟ ଉଦ୍ୟାନ ଉପନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ଆଜି ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିବା ଜଣାପଡ଼ିଛି । ତାଙ୍କ ସହ ରାଜ୍ୟସଭା ସାଂସଦ ମମତା ମହନ୍ତ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଓ ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ଅଛନ୍ତି ।

ଗତକାଲି ବର୍ଷା ପରେ ଶିମିଳିପାଳ ଅଭୟାରଣ୍ୟ ତଥା ନିକଟବର୍ତ୍ତୀ ବନାଞ୍ଚଳର ୬ଟି ରେଞ୍ଜରେ ନିଆଁ ଲିଭିଯାଇଥିବା ସୂଚନା ମିଳିଛି । ଏସବୁ ଭିତରେ ବର୍ତ୍ତମାନ ସେଠି କେଉଁଭଳି ସ୍ଥିତି ରହିଛି ଏବଂ କ’ଣ କଲେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଶିମିଳିପାଳ ଗସ୍ତରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ ।

ଶିମିଳିପାଳରେ ଲାଗିଥିବା ନିଆଁକୁ ଲିଭାଇବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ଶାସକ ବିଜେଡି ମଧ୍ୟ ‘ବିଜେଡି ଆଟ୍ ଶିମିଳିପାଳ’ ଅଭିଯାନ ଆରମ୍ଭ କରିଥିଲା । ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବିଙ୍କ ନର୍ଦେଶକ୍ରମେ ଆଜି ବାରିପଦା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି, ସାରସକଣା, କରଞ୍ଜିଆ, ଯଶୀପୁର ଓ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀସ୍ତରୀୟ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ପୃଥକ ପୃଥକ ଭାବେ ଶିମିଳିପାଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *