ମାତା ବୈଷ୍ଣୋ ଦେବୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିର ପରିସରରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ବୈଷ୍ଣୋ ଦେବୀ ବୋର୍ଡର କ୍ୟାସ କାଉଣ୍ଟର ନିକଟରେ ଏହି ହୋଇଛି। ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ସୂଚନା ଅନୁଯାୟୀ, ନିଆଁ ଲାଗିଥିବା ସ୍ଥାନଠାରୁ ପ୍ରାକୃତିକ ଗୁମ୍ଫା ମାତ୍ର ୧୦୦ ମିଟର ଦୂରରେ। ଭିଆଇପି ଗେଟ୍ ନିକଟରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଛି। ସର୍ଟ ସର୍କିଟ ଯୋଗୁଁ ଲାଗିଥିବା ନିଆଁ ଭୟଙ୍କର ରୂପ ନେଇଥିଲା । ନିଆଁର ଧୂଆଁ ବହୁ ଦୂରରୁ ଦେଖାଯାଉଥିଲା । ନିଆଁ ଲାଗିବା ମାତ୍ରେ ମନ୍ଦିର ବୋର୍ଡର ଫାୟାର ୱିଙ୍ଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ସୂଚନାଯୋଗ୍ୟ, ଲକ୍ଷ ଲକ୍ଷ ଭକ୍ତ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଆସନ୍ତି । କିନ୍ତୁ କରୋନା ସଂକ୍ରମଣ ହେତୁ ଏଠାରେ ଭକ୍ତଙ୍କ ପ୍ରବେଶ ଉପରେ ଲାଗୁହୋଇଛି କଟକଣା । ଲାଗୁ ହୋଇଥିବା କଟକଣା ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ କଟକଣା ଯୋଗୁଁ ଏଠାରେ ଭକ୍ତଙ୍କ ଭିଡ ନଥିବା କାରଣରୁ ଏକ ବଡ ବିପଦ ଟଳିଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *