ଥାନା ପରିସରରେ ସାତ ଜନ୍ମର ସାଥି ହେଲେ ପ୍ରେମୀ ଯୁଗଳ

ଭୁବନେଶ୍ୱର: ଫେରାର ପ୍ରେମୀ ଯୁଗଳଙ୍କୁ ଥାନାରେ ବାହା କରେଇଲା ପୋଲିସ । ଖୋର୍ଦ୍ଧାର ଝିଅ ଭୁବନେଶ୍ୱରର ପୁଅ । ପ୍ରେମୀ ଯୁଗଳ ଫେରାର ହେବା ପରେ ନିଖୋଜ ଅଭିଯୋଗ କରିଥିଲେ ପରିବାର ଲୋକେ । ମୋବାଇଲ ନମ୍ବରରୁ ପୋଲିସ ଟ୍ରାକିଂ କରି ସେମାନଙ୍କ ପାଖରେ ପହଞ୍ଚିଥିଲା । ଉଭୟ ସାବାଳକ ହୋଇଥିବା ସତ୍ତ୍ୱେ ଉଭୟଙ୍କ ଘରେ କେହି ରାଜି ନହେବାରୁ ଘରୁ ଫେରାର ହୋଇଯାଇଥିଲେ । ଲକ ଡାଉନରେ କେଉଁଠି ବାହା ହୋଇପାରୁନଥିଲେ । ଯେଉଁ ମନ୍ଦିରକୁ ଯାଉଥିଲେ ସରକାରୀ ନିୟମ ପାଇଁ ସେଠାରୁ ମୁଁହ ଫେରାଉଥିଲେ । ପୋଲିସ ସେମାନଙ୍କ ପାଖରେ ପହଁଚିବା ପରେ ସମସ୍ୟା ବୁଝି ପରିବାର ଲୋକଙ୍କୁ ଥାନାକୁ ଡାକି ସେମାନଙ୍କର ବାହାଘର ଥାନାରେ କରିଛି । ନିଖୋଜ ପୁଅ ଝିଅଙ୍କୁ ପୋଲିସ ଉଦ୍ଧାର କରିବା ପରେ ସହିଦ ନଗର ଥାନାରେ ସେମାନଙ୍କର ବାହାଘର କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *