ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା। ଭାଁସି ଜଙ୍ଗଲରେ ରେଳ ଧାରଣାକୁ ଉଡାଇଲେ ଲାଲ୍ବାହିନୀ। ଲୁହା ପଥର ବୋଝେଇ ମାଲବାହୀ ଟ୍ରେନର ୩ ଇଞ୍ଜିନ ଓ ୨ଟି ୱାଗନ କ୍ଷତିଗ୍ରସ୍ତ ହୋଇଛି। ଜଙ୍ଗଲ ମଧ୍ୟରେ ମାଲବାହୀ ଚ୍ରେନ୍ ଆଗରେ ଲାଗିଛି । ମାଓବାଦୀଙ୍କ ବ୍ୟାନର। ବଚେଲିରୁ ବିଶାଖାପାଟଣା ରୁଟ୍ରେ ସମସ୍ତ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୈରମଗଡ଼ ମାଓ ସଙ୍ଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି।