ପତ୍ନୀ ବୁଝାଇଲେ ହେଲେ ଶୁଣିଲେନି ସ୍ୱାମୀ, ଶେଷରେ….
ଡେରାଡୁନ : ଉତ୍ତରାଖଣ୍ଡ ରୁଦ୍ରପୁରର ଟ୍ରାନଜିଟ କ୍ୟାମ୍ପ (ଗମନାଗମନ ଶିବିର)ରେ ମ୍ୟାଜିକ ଚାଳକ ନିଜ ପତ୍ନୀଙ୍କ ସହ କଥା ହେଲାବେଳେ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିଚିତ ତାଙ୍କୁ ଜିଲ୍ଲା ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୋଲିସ ଆତ୍ମହତ୍ୟାର କାରଣ ଯାଞ୍ଚ କରୁଛି। ଆତ୍ମହତ୍ୟା କରିବା ପୂର୍ବରୁ ଯୁବକ କାହା ସହ ତାଙ୍କର ଝଗଡା ହୋଇଥିବା କଥା ନିଜ ପତ୍ନୀଙ୍କୁ କହିଥିଲେ। ବିଜେନ୍ଦ୍ର କୁମାର ସିଂହ (୩୪) ଫରିଦପୁର ଜିଲ୍ଲା ଚୋରିପୁର ଥାନା ଅନ୍ତର୍ଗତ ସିମରା ବାସନ୍ଦ ବରେଲୀ ସଂଜୟନଗର ଥାନା ଟ୍ରାନଜିଟ କ୍ୟାମ୍ପରେ ରହୁଥିଲେ। ସେ ରୁଦ୍ରପୁରରୁ ହଲ୍ଦୱାନି ମଧ୍ୟରେ ମ୍ୟାଜିକ ଚଲାଉଥିଲେ। ଦୁଇ ଦିନ ପୂର୍ବରୁ ପତ୍ନୀ ପିଙ୍କି ଓ ୩ ସନ୍ତାନଙ୍କୁ ଆଧାର କାର୍ଡ ତିଆରି କରିବାକୁ ନିଜ ଗାଁକୁ ପଠାଇ ଦେଇଥିଲେ।
ସେବେଠାରୁ ସେ ଏକା ଥିଲେ। ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ପତ୍ନୀକୁ ଫୋନ କରି ନିଜ ପିତାଙ୍କ ଯତ୍ନ ନେବାକୁ କହିଥିଲେ ଓ ପରିବାର ସଦସ୍ୟଙ୍କ ଯତ୍ନ ନେବାକୁ ମଧ୍ୟ କହିଥିଲେ। ପିଲାଙ୍କର ସ୍କୁଲରେ ଆଡ଼ମିସନ କରିବାକୁ ମଧ୍ୟ କହିଥିଲେ। ତାପରେ ସେ ନିଜ ପିୟୁଷିଙ୍କ ସହ କଥା ହୋଇଥିଲେ। ପତ୍ନୀଙ୍କୁ ସେ କହିଥିଲେ ଯେ ତାଙ୍କର କାହା ସହ ଝଗଡା ହୋଇଯାଇଛି। ପତ୍ନୀ ତାଙ୍କୁ ଫୋନରେ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ସେ ଶୁଣିନଥିଲେ ଓ କଥା ହୋଇ ହୋଇ ପତ୍ନୀଙ୍କ ଓଢଣୀରେ ଫାଶୀ ଲଗାଇ ଝୁଲି ପଡିଲେ। ଫୋନ ତାଙ୍କ ଆବାଜ ନ ଆସିବାରୁ ପତ୍ନୀ ଟ୍ରାନଜିଟ କ୍ୟାମ୍ପ ଆଖପାଖରେ ରହୁଥିବା ପରିଚିତଙ୍କୁ ଫୋନ କରିଥିଲେ। ପାଖ ପଡୋଶୀ ଯାଇ ଦେଖିଲେ ବିଜେନ୍ଦ୍ର ପଙ୍ଖାରେ ଝୁଲୁଛି। ସେମାନେ କବାଟ ଭାଙ୍ଗି ତାଙ୍କୁ ଓହ୍ଲାଇଲେ ଓ ହସ୍ପିଟାଲ ନେଇ ଯାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇ ମାମଲାର ତଦନ୍ତ କରୁଛି।