ମମିତା ମର୍ଡର କେଶ୍‌: ସାମ୍ନାକୁ ଆସିଲା ଗୋବିନ୍ଦଙ୍କ ରାସଲୀଳା

ଭୁବନେଶ୍ୱର : ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡରେ ଆସିିଛି ନୂଆ ଟ୍ୱିଷ୍ଟ । ସ୍କୁଲର ମାଲିକ ତଥା ଠିକାଦାର ଗୋବିନ୍ଦ ସାହୁ ନିଜର ପରକୀୟା ପ୍ରୀତି ଲୁଚାଇବାକୁ ଯାଇ ମମିତାଙ୍କୁ ହତ୍ୟା କରିବା ସ୍ୱୀକାର କରିବା ପରେ ମାମଲା ନୂଆ ମୋଡ ନେଇଛି । ଏହି ମାମଲାରେ ଆଉ ଦୁଇ ଜଣେ ଶିକ୍ଷୟିତ୍ରୀଙ୍କ ସମ୍ପୃକ୍ତି ରହିଥିବା ନେଇ ଗୋବିନ୍ଦର ବୟାନରୁ ସ୍ପଷ୍ଟ ହୋଇଛି । ବ୍ୟଭିଚାରୀ ଗୋବିନ୍ଦ କେବଳ ମମିତା ନୁହେଁ ବରଂ ଅନ୍ୟ ଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା । ଅଧ୍ୟକ୍ଷା ପଦର ଲାଳସା ପାଇଁ ତିନି ତିନି ଜଣ ଗୋବିନ୍ଦର ଯୌନ ଲାଳସାର ଶିକାର ହୋଇଥିଲେ । ମମିତା ଅଧ୍ୟକ୍ଷା ରହିଥିବା ବେଳେ ଅନ୍ୟ ଦୁଇ ଶିକ୍ଷୟିତ୍ରୀ ତାଙ୍କୁ ହଟାଇବା ଯୋଜନାରେ ରହିଥିଲେ । ଗୋବିନ୍ଦ ମଧ୍ୟ ଏହି ସୁଯୋଗର ଫାଇଦା ଉଠାଇଥିଲା । ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କୁ ଅଧ୍ୟକ୍ଷା ବନାଇବାର ସ୍ୱପ୍ନ ଦେଖାଇଥିଲା ଗୋବିନ୍ଦ । ଲକଡାଉନ ପରେ ସ୍କୁଲ ଖୋଲିଲେ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଅଧ୍ୟକ୍ଷ କରିବା ପାଇଁ ଗୋବିନ୍ଦ ନିଷ୍ପତ୍ତି ନେଇଥିଲା । ଏହି ପରସ୍ଥିତିରେ ଗୋବିନ୍ଦର କଳା କାରନାମା ସମ୍ପର୍କରେ ଅନ୍ୟ ଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ କହିଥିଲେ ମମିତା । ୩ ଜଣ ଯାକ ଗୋବିନ୍ଦର କଳାଳ କାରନାମା ପ୍ରଘଟ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଗୋବିନ୍ଦ ଏହା ପୂର୍ବରୁ ଉଭୟ ଶିକ୍ଷୟିତ୍ରୀଙ୍କୁ ନିଜ ଆଡକୁ କରିବା ସହିତ ମମିତାକୁ ହତ୍ୟା କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *