ଶିଶୁ ଓ ଶ୍ରମିକଙ୍କୁ ନିର୍ଯ୍ୟାତନା ଦେଉଥିବା ୨ ଅଗିଯୁକ୍ତ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ପୁଲିସ ଆନ୍ତଃରାଜ୍ୟ ଶ୍ରମିକ ଚାଲାଣ ଦଳର ପର୍ଦ୍ଦାଫାସ କରିଛି । ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗୱାଡ଼ା ଗ୍ରାମର ୨ ଜଣ ନାବାଳକଙ୍କ ସମେତ ୮ ଜଣଙ୍କୁ ଶ୍ରମିକ ଚାଲାଣ କରି ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଆଜି ପୁଣି ୨ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଛି । ଭେଜାଙ୍ଗୱାଡ଼ା ଅଂଚଳର ୨ ଜଣ ନାବାଳିକଙ୍କ ସମେତ ୮ ଜଣଙ୍କୁ ଅଧିକ ଅର୍ଥ ଦେବାକୁ ପ୍ରଲୋଭନ ଦେଖାଇ ଭେଜାଙ୍ଗୱାଡ଼ା ଅଂଚଳର ଦଲାଲ ଦେବରାଜ ପାତ୍ର ଅନ୍ୟ କିଛି ଦଲାଲଙ୍କ ସହାୟତାରେ ଆନ୍ଧ୍ର ପ୍ରଦେଶର ନିଲୁର ଜିଲ୍ଲାର ସୋମାସିଲା ଗ୍ରାମ ନିକଟସ୍ଥ ଏକ ଡ୍ୟାମକୁ ନେଇଥିଲେ । ସେଠାରେ ପହଂଚିବା ପରେ ଗତ ୫ ମାସ ଧରି ଶ୍ରମିକଙ୍କୁ କେବଳ ୨ ଓଳା ଖାଇବାକୁ ଦେଇ ସେମାନଙ୍କର ପାରିଶ୍ରମିକ ଦେଇନଥିଲେ । ଏଥିସହ ସେମାନଙ୍କର ଫୋନ ମଧ୍ୟ ନେଇ ଯାଇଥିଲେ । ଯାହାଫଳରେ ସଂପୃକ୍ତ ଶ୍ରମିକମାନେ ସେମାନଙ୍କର ପରିବାରବର୍ଗଙ୍କ ସହ ଯୋଗାଯୋଗ କରିପାରିନଥିଲେ ।

ଏହାପରେ ବ୍ୟତିବ୍ୟସ୍ତ ହୋଇ ସଂପୃକ୍ତ ଗ୍ରାମର ଖଗପତି ଧାକଡ଼ ନାମକ ବ୍ୟକ୍ତି ଗତ ମେ ୧୩ ତାରିଖରେ କାଲିମେଳା ଥାନାରେ ଏକ ଏତଲା ଦେଇଥିଲେ । ଏଥିରେ ତାଙ୍କ ପୁତ୍ରଙ୍କ ସମେତ ୮ ଜଣଙ୍କୁ ଦଲାଲମାନେ ଶ୍ରମିକ ଭାବେ ନିୟୋଜିତ କରାଇବା ପାଇଁ ନେଇଥିବା ବେଳେ ସେମାନଙ୍କର କୌଣସି ପତା ମିଳୁନଥିବା ଅଭିଯୋଗ କରିଥିଲେ । ଏହାକୁ ଭିତି କରି କାଲିମେଳା ଥାନା ପୁଲିସ କେସ ନମ୍ବର ୧୦୬ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ପ୍ରଥମେ ଆନ୍ଦ୍ର ପ୍ରଦେଶର ନିଲୁର ପୁଲିସ ସହ ଯୋଗାଯୋଗ କରି ତାଙ୍କ ସହାୟତାରେ ଶ୍ରମିକଙ୍କ ଠିକଣା ପାଇବା ସହ ସଂପୃକ୍ତ ୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଏଥବରେ ସଂପୃକ୍ତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଆନ୍ଧ୍ର ପ୍ରଦେଶ ରାଜ୍ୟର ପଶ୍ଚିମ ଗୋଦାବରୀ ଜିଲ୍ଲାର କବୁର ଗ୍ରାମର କରେ ପଶିୟା(୩୪) ଓ ମାନିଲା ପାଲି ଦେବୁଡଡୁ(୩୮)କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୂର୍ବରୁ ବିଶାଖାପାଟଣା ଜିଲ୍ଲାର ସିଲେରୁ ଥାନା ଅ\”ର୍ଗତ ଦାରାକୋଣ୍ଡା ଗ୍ରାମର ତାଗି କ୍ରିଷ୍ଣା ଦୋରା, ମାଲକାନଗିରି ଜିଲ୍ଲାର ଭେଜାଙ୍ଗୱାଡ଼ା ଗ୍ରାମର ଦେବରାଜ ପାତ୍ର ଓ ଅଜିତ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *