ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିପାତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲାରେ ପୁଲିସକୁ ମିଳିଛି ବଡ଼ ସଫଳତା। ପୁଲିସ ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ସହ ଦୁଇ ଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଏବଂ ଡିଆରିଜି ଯବାନ କୁଏମାରି ଜଂଗଲରେ ସର୍ଚ୍ଚ ଅପରେସନ ପାଇଁ ପଶିଥିଲେ। ତେବେ ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯାହାଫଳରେ ପ୍ରାୟ ଏକ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା।

ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ପରେ ଘଟଣାସ୍ଥଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ପୁଲିସକୁ ଦୁଇ ଜଣ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର କରିବା ସହ ତିନୋଟି ବନ୍ଧୁକ ଏବଂ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି।ତେବେ ଜଂଗଲରେ ୫୦ରୁ ଉର୍ଦ୍ଧ୍ବ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସ କହିଛି। ତେବେ ଏହି ଏନକାଉଣ୍ଟରରେ ବହୁ ନକ୍ସଲ ମୃତାହତ ହୋଇଥିବା ଏସପି ସିଦ୍ଧାର୍ଥ ତିଓ୍ବାରୀ ପ୍ରକାଶ କରିଛନ୍ତି।

ତେବେ ଏବେ ବି ସେହି ଅଂଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଉଥିବା ପୁଲିସ କହିଛି।ଏହି ଘଟଣାଟି ଆଜି ଦ୍ବିପହରରେ ଘଟିଛି। ତେବେ ମୃତ ମାଓବାଦୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଖୁବଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।ଏହି କ୍ୟାମ୍ପରେ ନକ୍ସଲ ସଂଗଠନର କ୍ୟାଡର ମାଓବାଦୀମାନେ ଉପସ୍ଥିତ ଥିବା ଗୁଇନ୍ଦା ବିଭାଗ କହିଛି।ତେବେ ଅଳ୍ପକେ ଖସିଗଲେ ବୋଲି କୁହାଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *