ଜଙ୍ଗଲି ରାସ୍ତାରେ ଯମଜ ଶିଶୁଙ୍କୁ ଜନ୍ମଦେଲେ ଗର୍ଭବତୀ

ମାଲକାନଗିରି  : ମାଲକାନଗିରି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣାରର ଚିତ୍ର । ରାସ୍ତା ନଥିବାରୁ ଅମ୍ବୁଲାନ୍ସ ଆସି ନ ପାରିବା ବେଳେ ବୁହା ହେଲେ ଗର୍ଭବତୀ  ଓ ଅଧା ରାସ୍ତାରେ ହି ହେଲା ପ୍ରସବ । ଘଟଣାଟି ଏପ୍ରିଲ ୩୦ ତାରିଖର ହୋଇଥିବା ବେଳେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଂଚାୟତର ଦୁର୍ଗମ ଗଟିମଝୋଲା ଗ୍ରାମରେ । ସୂଚନା ମୁତବକ ଗ୍ରାମର ଜଣେ ପ୍ରସୁତି ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ତାଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ନେବାକୁ ୧୦୨ ଅମ୍ବୁଲାନ୍ସକୁ ସ୍ଥାନୀୟ ଆଶା ଦିଦି ଫୋନ ଯୋଗେ ଯୋଗ କରିଥିଲେ । ଅମ୍ବୁଲାନ୍ସ ଟି ଗ୍ରାମ ଅଭିମୁଖେ ଆସୁଥିବା ବେଳେ ଗାଁକୁ ପହଁଚିବା ଥିବା ରାସ୍ତାର ଅବସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ଅମ୍ବୁଲାନ୍ସ ଟି ଅଧା ବାଟରେ ଅଟକି ରହିଥିଲା ।

ତେବେ ପ୍ରସୂତିଙ୍କୁ ଯେ କୌଣସି ମତେ ମେଡ଼ିକାଲ ନେବାପାଇଁ ଅମ୍ବୁଲାନ୍ସ କର୍ମଚାରୀ ଦେଖାଇଲେ ତତ୍ପରତା । ଆଉ ପ୍ରସୁତିଙ୍କ ଅବସ୍ଥା ସଂକଟାପନ୍ମ ଥିବାରୁ କାଳ ବିଳମ୍ବ ନକରି ଖଟ ଓ ଲୁହା ପାଇପ ସହାୟତା ରେ ଦୋଳା ତିଆରି କରି ପ୍ରାୟ ୪ କିଲୋମିଟର ପ୍ରସୁତିଙ୍କୁ ବୋହି ନେଇ ଥିଲେ ଆମ୍ବୁଲାନ୍ସ ଡ୍ରାଇଭର ରାମ ହିଆଲ ଓ ପ୍ରସୁତିଙ୍କ ସ୍ବାମୀ । ତେବେ ଆମ୍ବୁଲାନ୍ସ ନିକଟରେ ପହଁଚିବା ପୁର୍ବରୁ ଖୋଲା ଆକାଶ ତଲେ ଜମଜ ସନ୍ତାନ କୁ ଜନ୍ମଦେଇ ଥିଲେ ପ୍ରସୁତି। ତେବେ ପ୍ରସବ ପରେ ୧୦୨ ଆମ୍ବୁଲାନ୍ସ ମାଧ୍ୟମରେ ଉଭୟ ମାଁ ଓ ଦୁଇ ନବଜାତଙ୍କୁ କୁଡୁମୁଲୁଗୁମା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ବର୍ତମାନ ସମସ୍ତେ ସୁସ୍ଥ ଥିବା ଜଣା ପଡିଛି । ତେବେ ଅମ୍ବୁଲାନ୍ସ ଚାଳକ ଙ୍କ ଉଚିତ ପଦକ୍ଷେପ ପାଇଁ ପ୍ରସୂତି ଓ ନବଜାତ ଙ୍କ ଜୀବନ ବଞ୍ଚି ପଡ଼ିଥିବା ବେଳେ ସାଧାରଣରେ ତାଙ୍କୁ ବେଶ ପ୍ରଶଂସା କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *